
ରାସ୍ତା ମଝିରେ ହୁ ହୁ ହୋଇ ଜଳୁଥିଲା ଇଭି କାର । ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ରାସ୍ତା ମଝିରେ ଏକ ମହିନ୍ଦ୍ରା ବିଇ ୬ ଇଲେକ୍ଟ୍ରିକ୍ କାରରେ ନିଆଁ ଲାଗିଯାଇଥିଲା । ଯାହାର ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହି ଘଟଣାକୁ ନେଇ ବୟାନ ଜାରି କରିଛି । କମ୍ପାନୀ ସ୍ପଷ୍ଟ କରିଛି ଯେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ କାରର ବ୍ୟାଟେରୀ ଅଗ୍ନିକାଣ୍ଡର କାରଣ ନୁହେଁ । ଏହି ଘଟଣା ପୁଣି ଥରେ ଇଲେକ୍ଟ୍ରିକ୍ କାରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।




