
ରାଜ୍ୟର ଵ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିଲା ଆଶ୍ବସ୍ତି, ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ।ରାଜ୍ୟର ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ଥିବା ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତ ଓ ମାନ୍ୟବର ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ହାଇକୋର୍ଟ ଗତ ମେ ୫ ତାରିଖରେ ଦେଇଥିବା ଆଦେଶନାମା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ। ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଏଫ୍ଏଓ କେସ୍ ନମ୍ବର ୫୦୯/୨୦୧୪ ରେ ଗତ ମାର୍ଚ୍ଚ ୧୯ ରେ ଏକ ବ୍ୟାଚ୍ କେସ୍ କୁ ଆଧାର କରି ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୯୯୪ ଗ୍ରାଣ୍ଟ ଇନ୍ ଏଡ୍ କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ରିପିଲ୍ କରିଥିବା ବେଳେ ଏହାକୁ ନାପସନ୍ଦ କରିଥିଲେ ହାଇକୋର୍ଟ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଜିଆଇଏ ଅନୁସାରେ ଦରମା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଶିକ୍ଷା ଟ୍ରିବ୍ୟୁନାଲ ଆଦେଶ ବିରୋଧରେ ପ୍ରଥମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସରକାରଙ୍କ ଆବେଦନ ହାଇକୋର୍ଟରେ ନାମଞ୍ଜୁର ହେବାରୁ ରାଜ୍ୟ ସରକାର ପୁନଶ୍ଚ ସୁପ୍ରିମକୋର୍ଟଙ୍କ ନିକଟରେ ଏସଏଲପି ଦାଖଲ କରିଥିଲେ ।




