ବାୟୁ ସେନାର ବିମାନ କ୍ରାସ୍ । ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ଏୟାରକ୍ରାଫ୍ଟ । ପ୍ରୟାଗରାଜର ଆକାଶରେ ପ୍ରଶିକ୍ଷଣ ବେଳେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ୁଥିବା ବେଳେ ବିମାନ ଇଞ୍ଜିନ୍ ଫେଲ୍ ହେବାରୁ ତାହା ପୋଖରୀରେ ଖସି ପଡ଼ିଛି ।
ପ୍ରୟାଗରାଜ ସହର ମଧ୍ୟରେ ଥିବା କେପି କଲେଜ ପଛ ପାର୍ଶ୍ଵରେ ଥିବା ପୋଖରୀକୁ ଅଚାନକ ଏୟାରକ୍ରାଫ୍ଟଟି ଖସି ପଡ଼ିଥିଲା । ବିମାନ ଖସିବା ଦେଖି ସ୍ଥାନୀୟ ଲୋକ ପ୍ରଶାସନ ଓ ପୋଲିସକୁ ଅବଗତ କରାଇଥିଲେ ।ଖବର ପାଇଁ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଶାସନ ସମଗ୍ର ଅଞ୍ଚଳକୁ କର୍ଡନ କରି ବ୍ୟାରିକେଡ୍ ଲଗାଇଛି । ବିମାନରେ ଥିବା ଦୁଇଜଣ କ୍ରିଉ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।




