
ଖୋର୍ଧା ଜିଲା ଜଟଣୀ ସବ ରେଜିଷ୍ଟ୍ରେର ଅଫିସ ସମୁଖ ମୁଖ୍ୟ ରାସ୍ତାରେ ମର୍ମତର ସଡ଼କ ଦୁର୍ଘଟଣା ରେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଯୁବକ ଜଣକ ବାଙ୍କୀ ଅଞ୍ଚଳ ର ଯାହା ସୂଚନା , ପୋଲିସ ତାର ଅନୁସନ୍ଧାନ ଜାରି ରହିଛି । ପ୍ରଥମେ ଧକ୍କା ଦେଇଥିବା କାର ଚାଲିଯାଇଛି। କାର ଧକ୍କାରେ ରାସ୍ତାରେ ପଡିଥିବା ଅବସ୍ଥାରେ ପିକଅପ ଭ୍ୟାନ ଯୁବକ ର ମୁଣ୍ଡ ଉପରେ ଚଢ଼ିଗଲା , ଯାହା ଦ୍ୱାରା ଯୁବକ ଜଣକ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ବରଣ କଲେ। ପୋଲିସ ଉକ୍ତ ପିକଅପ ଭ୍ୟାନ କୁ ଜବତ କରିଛି।*




