ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଜାମୁସାହି ଦେଉଳିରେ ଗୁଳିକାଣ୍ଡ।ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ମୃତ। ମୃତକ ହେଲେ ଜାମୁସାହିର ବାସୁଦେବ ପରିଡା। ୨ ଜଣ ଦୁର୍ବୃତ୍ତ ଜାମୁସାହିର ବାସୁସେବଙ୍କୁ ଗୁଳିମାଡ କରିଥିଲେ। ଏଥିରେ ବାସୁଦେବ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଗୁଳିକାଣ୍ଡର କାରଣ ଜଣାପଡି ନାହିଁ।




