ନିପା’ ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ସତର୍କତା ଓ ପ୍ରସ୍ତୁତି ନେଇ ହେବ ଆଲୋଚନା । ପଶ୍ଚିମବଙ୍ଗରେ ‘ନିପା’ ସଂକ୍ରମଣ, ଓଡିଶାରେ ଛନକା। ଲୋକସଭା ଭବନରେ ବସିଲା ‘ନିପା’ ଭାଇରସକୁ ନେଇ ବଡ଼ ବୈଠକ। ବୈଠକରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ। ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି…




