ମାଆ ସ୍ତ୍ରୀକୁ ମାରି ଖାଇଲା
ମାଆ-ସ୍ତ୍ରୀକୁ ଛେଚି ଛେଚି ମାରିଦେଲା।
ଶେଷରେ ଧରିଲା ପୋଲିସ
ପୁଅକୁ। ନିଜ ମାଆକୁ ଛେଚି ଛେଚି ମାରିଦେଲା । ଖାଲି କଣ ମାଆକୁ ନିଜ ସ୍ତ୍ରୀକୁ ବି ଛାଡ଼ିଲାନି। ସର୍ବସମ୍ମୁଖରେ ଖପୁରୀ କାଢ଼ି ମାଂସ ଖାଇଲା। ଏମିତି ନୃଶଂସ ମଣିଷ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୁଶୀନଗରରେ। ଏଖବର ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଥମେ ମାଆକୁ ପଥର ଛେଚି ହତ୍ୟା, ପରେ ଭେଜାକୁ ଖାଇଗଲା। ଏହି ବିଭତ୍ସ ଘଟଣା ଦେଖି ପୋଲିସ ବି ଭୟରେ ଥରହର । ଅଭିଯୁକ୍ତର ନାଁ ସିକନ୍ଦର ଗୁପ୍ତା (୩୦)। ମୁମ୍ବାଇରେ ଶ୍ରମିକ ଭାବରେ କାମ କରୁଥିଲେ। ପ୍ରାୟ ଗୋଟିଏ ମାସ ପୂର୍ବରୁ ଗାଁକୁ ଫେରିଥିଲେ।ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସିକନ୍ଦର ମଦ୍ୟପାନ ଏବଂ ଗଞ୍ଜେଇ ନିଶା ସେବନ କରୁଥିଲା। ସେ ପ୍ରାୟତଃ ତାଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ଆକ୍ରମଣ କରୁଥିଲା। ପ୍ରାୟତଃ ସେମାନଙ୍କୁ ହତ୍ୟା ଧମକ ଦେଉଥିଲା। ପୁଣି ଥରେ ଥପୁରୀରୁ ମାଂସ କାଢ଼ି ଖାଇଗଲା ରାକ୍ଷସ। ଲକ୍ଷ୍ନୌର ବରିଷ୍ଠ କ୍ଲିନିକାଲ୍ ମନସ୍ତତ୍ତ୍ୱବିତ କହିଛନ୍ତି ଯେ କୁଶିନଗରର ଅଭିଯୁକ୍ତ ମାନସିକ ରୋଗରେ ପୀଡିତ ବୋଲି ମନେ ହେଉଛି। ଏହା ଏକ ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଯେଉଁଥିରେ ତାଙ୍କର ବିଚଳିତ ମାନସିକ ସ୍ଥିତିକୁ ସୂଚିତ କରୁଛି। ଯୁବକ ଜଣଙ୍କ ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ଘରର ଛାତ ଉପରେ ପିଟି ପିଟି ହତ୍ୟା କରିଛି। ଇଟାରେ ସେମାନଙ୍କ ମୁଣ୍ଡକୁ ଛେଚି ଦେଇଥିଲା




