ପୁରୀ ଭିଆଇପି ରୋଡ଼ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ କାର୍ଯ୍ୟାଳୟ ନିକଟରେ ଘଟିଛି ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୨୦ ବାଇକ। ଖବରପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡି ନାହିଁ।