
ଇରାନରେ ଗୃହଯୁଦ୍ଧ ସ୍ଥିତି । ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଲେ ହଜାର ହଜାର ବିକ୍ଷୋଭକାରୀ । ବିକ୍ଷୋଭ ଯେଗୁ ଗୁରୁବାର ରାତିରେ ଇରାନରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସେବା ପୂରା ବନ୍ଦ ହୋଇଯାଇଥିଲା । ତେହରାନ ଏବଂ ଅନ୍ୟାନ୍ୟ ସହରଗୁଡିକରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଖାମନେଇ ଚେତାବନୀ ଦେଇଥିବା ଇରାନ ନେତୃତ୍ବଙ୍କୁ ଧମକ ଦେଇଛି ଆମେରିକା । ମୂଲ୍ୟବୃଦ୍ଧି, ଚାକିରି ଏବଂ ଖର୍ଚ୍ଚ ବୃଦ୍ଧି ନେଇ ୧୨ ଦିନ ହେଲାଣି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି ।




