ନାବାଳିକାଙ୍କୁ ପ୍ରେମ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଶାସ୍ତି ଉଲଗ୍ନ ଭିଡିଓ ଭାଇରାଲ ହୋଇଛି। ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିବା ପରେ ଦଉଡ଼ିରେ ହାତ ବାନ୍ଧି ରାସ୍ତାରେ ବୁଲାଇଛନ୍ତି। ଏଭଳି ଏକ ଘଟଣା ଘଟିଛି ମୟୂରଭଂଜଜିଲ୍ଲା ବହଳଦା ଥାନା ଅଞ୍ଚଳରେ। ଜନୈକା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଜଣେ ହିନ୍ଦୁ ନାବାଳିକା ଝିଅକୁ ପ୍ରଲୋଭିତ କରି ପ୍ରେମ ସମ୍ପର୍କ ରଖିଥିଲା। ନାବାଳିକାଙ୍କୁ ନିଛାଟିଆ ସ୍ଥାନକୁ ଡାକି ଅସଦାଚାରଣ କରୁଥିବା ବେଳେ କିଛି ଯୁବକ ଧରି ମାଡ଼ ମାରିବା ସହିତ ରାତିରେ ଉଲଗ୍ନ କରି ହାତରେ ଦୌଡ଼ି ବାନ୍ଧି ବୁଲାଇ ଥିବା ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ବହଳଦା ଥାନାରେ ମାମଲା ହୋଇଥିଲା।





