ଅଗ୍ନିକାଣ୍ଡ ଘଟି ୪ ଜଣ ଛାତ୍ର ଗୁରୁତର । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ଣରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟର କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲା ବୋଲି କୁହାଯାଉଛି। ଫଳରେ ପିଲାମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇଥିଲା। ପିଲାମାନେ ଜଳିଯାଉଥିଲେ। ଖବର ପାଇଁ ବିଦ୍ୟାଳୟ ଶିକ୍ଷକମାନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଆହତ ମାନଙ୍କର ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛନ୍ତି।ସେହିପରି ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି।




