ସରକାର ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କର ପ୍ରଶାସନରେ ସ୍ଥାନ ନାହିଁ। ସେମାନଙ୍କୁ ଚିହ୍ନଟ କର। ସମ୍ବିଧାନର ୩୧୧ ଧାରା ଏବଂ ଓଡ଼ିଶା ସର୍ଭିସେସ୍ ରୁଲ୍ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଏପରିକି ସେମାନଙ୍କୁ ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ପଦକ୍ଷେପ ନିଅ। ନୂଆ ବର୍ଷ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସହ ଦୁଇ ବର୍ଷ ମଧ୍ୟରେ ସବୁ ସରକାରୀ ପଦ ପୂରଣ କରିବାକୁ ପଦକ୍ଷେପ ନେବା ଲାଗି କହିଛନ୍ତି।





