ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍ କାଉନ୍ସିଲ ଅନ୍ ଫରେନ୍ ରିଲେସନ୍ସ (ସିଏଫ୍ଆର୍)ର ନୂଆ ରିପୋର୍ଟ ସତର୍କ କରାଇଛି ଯେ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇପାରେ। କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ହିଁ ଯୁଦ୍ଧର କାରଣ ହେବ। କେବଳ ସେତିକି ନୁହେଁ, ଦୁଇ ଦେଶ ଅସ୍ତ୍ର କ୍ରୟ ବଢ଼ାଇଥିବାରୁ ଉତ୍ତେଜନା ଆହୁରି ବଢ଼ିପାରେ ବୋଲି ରିପୋର୍ଟ ଦର୍ଶାଇଛି। ମୁଖ୍ୟତଃ ଚୀନ୍ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ପାକିସ୍ତାନ ଏବେ ଯୁଦ୍ଧବିମାନ ସଂଖ୍ୟା ବଢ଼ାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି। ଭାରତ ମଧ୍ୟ ପ୍ରତିରକ୍ଷା ବଜେଟ୍ ବଢ଼ାଇ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରୁଛି ଏବଂ ଖୁବ୍ କମ୍ ସମୟରେ ଲକ୍ଷ୍ୟ ହାସଲ ରଣନୀତିରେ କାମ କରୁଛି।




