କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଲେମ୍ବୋ ପଞ୍ଚାୟତ କବାଟ ଗାଁରେ ୩ ଦିନ ଧରି ବିଦେଶାଗତ ସ୍ବତନ୍ତ୍ର ପାରା ପ୍ରଜାତିର ପକ୍ଷୀ ମୃତ୍ୟୁ ହେଉଛି। ୟେଲୋ ଫୁଟେଡ୍ ଗ୍ରିନ ପିଜନ ଏହାକୁ କୁହ ଯାଉଛି। ଦକ୍ଷିଣ ପୂର୍ବ ଏସିଆ ମହାଦେଶରୁ ଏହି ପକ୍ଷୀ ଏଠାକୁ ଆସୁଥିବା ନେଇ ପ୍ରାଣୀଧନ ବିଭାଗ ଓ ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ରାଜ୍ୟ ପକ୍ଷୀ ମାନ୍ୟତା ପାଇଥିବା ଏହି ପକ୍ଷୀ ଜଙ୍ଗଲରୁ, ଉଦ୍ୟାନ ଓ ବାଡ଼ିବଗିଚାରୁ କୋଳି, ଡିମରି ଓ ଚାଷଜମିରୁ ଗଜା ଖୁଣ୍ଟି ଖାଉଥିବା ବେଳେ ମରିକି ପଡୁଛନ୍ତି। ଯାହାକି ବାର୍ଡ ଫ୍ଲୁ ର ସନ୍ଦେହ ସୃଷ୍ଟି କରୁଛି।





