
ଭୁବନେଶ୍ୱର:ଗ୍ଲୋବାଲ୍ SAP ପିୟର୍ ଗ୍ରୁପ୍ ପକ୍ଷରୁ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ରବିବାର ଭୁବନେଶ୍ୱରର ଧୌଳି ଗାର୍ଡେନ୍ରେ ଅନୁଷ୍ଠିତ ସମ୍ମିଳନୀରେ ଭାରତର ବିଭିର୍ଣ ରାଜ୍ୟ ଓ ଦେଶ ବାହାରେ କାଯ୍ୟ କରୁଥିବା ୫୫୦ ଜଣ ମହିଳା ପୁରୁଷ ଓଡ଼ିଆ IT ପେଶାଦାରମାନେ ଯୋଗ ଦେଇ ଥିଲେ ।ସମ୍ମିଳନୀରେ ଓଡ଼ିଶାର IT ବିକାଶ, ସୁଯୋଗ ଏବଂ ବିଭିନ୍ନ ସୁବିଧାସୁଯୋଗ ବିଷୟରେ ଆଲୋଚନା ହୋଇଥିଲା। ଅତିଥିମାନେ କହିଥିଲେ
କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ IT କ୍ଷେତ୍ରରେ ଓଡ଼ିଶା ପଛକୁ ପଡ଼ିବାର କାରଣଗୁଡ଼ିକୁ ଖୋଜିବା ଉଦ୍ଧେଶ୍ୟରେ ସମ୍ମିଳନୀ କରାଯାଇଛି। ସମିଳନୀ ରେ IT ମହିଳା ପୁରୁଷ ଆଲୋଚନାରେ ଭାଗ ନେଇ କହିଥିଲେ ରାଜ୍ୟରେ IT କ୍ଷେତ୍ରରେ ସବୁ ବ୍ୟବସ୍ଥା ଥିବା ସତ୍ତ୍ୱେ ସରକାର ଏହାର ସଦୁପଯୋଗ କରି ପାରୁ ନାହାନ୍ତି।ଏଣୁ ଓଡିଶା ର ଯୁବକ ଯୁବତୀ ଦେଶ ଓ ବିଦେଶକୁ ଯାଇ ଆଇଟି କ୍ଷେତ୍ରରେ କାଯ୍ୟ କରୁଛନ୍ତି । ୨୦୨୪ ରେ MNC ଓ Big-4 କମ୍ପାନୀ (Deloitte, E&Y, KPMG, PwC)ପ୍ରମୁଖ ଓଡ଼ିଶାରେ ପ୍ରବେଶ କରିଥିଲେ, କିନ୍ତୁ ସେମାନଙ୍କର ନିଯୁକ୍ତି ସୁଯୋଗ ୩୦୦୦-୪୦୦୦ ସୀଟ୍ରେ ସୀମିତ ରହିଛି। ଏହାକୁ “ସମୁଦ୍ରକୁ ଶଙ୍ଖେ ଭଳିଆ ତୁଳନା କରାଯାଇଛି।ଓଡ଼ିଶାରେ ମାସ୍ ରିକ୍ରୁଟମେଣ୍ଟ ପାଇଁ ସରକାରଙ୍କୁ ଜମି, ଆଧାରଭୂତ ସଂରଚନା ଓ one-window clearance ପ୍ରଦାନ କରିବା ଆବଶ୍ୟକ।ଓଡ଼ିଶା ସରକାର ରେଳବନ୍ଦର ଉପରେ IT ଭିତ୍ତିଭୂମି ତିଆରି କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେତେ ସୀଟ୍ ହେବ ସେଥିରେ ସ୍ପଷ୍ଟ କରି ନାହାନ୍ତି।
GCC expansion budget ଘୋଷଣା କରାଯାଇଛି ହେଲେ କାର୍ଯ୍ୟକ୍ଷ୍ୟମ ହେଉନି।ବର୍ତ୍ତମାନ କମ୍ପାନୀମାନେ ଟିଅର୍-୨ ନାମରେ ଓଡ଼ିଶାକୁ ଟ୍ରାନ୍ସଫର୍ ପାଇଁ ୧୫-୩୦% ପର୍ଯ୍ୟନ୍ତ ବେତନ କମାଇଦେଉଛନ୍ତି। ଓଡ଼ିଶାର IT କ୍ଷେତ୍ରକୁ ବିସ୍ତାର କରିବା ପାଇଁ ହାଇଦ୍ରାବାଦ ଓ ଭିଜାଗ୍ର ଅନୁଭବ ଓ ପ୍ରାୟୋଗିକତାରୁ ଶିଖିବା ଆବଶ୍ୟକ।GCC ସେଣ୍ଟର୍ ବିସ୍ତାର ଓ STPI ଭୁବନେଶ୍ୱର ଉପରେ ଗୁରୁତ୍ୱ ଦେବା ଦରକାର। ଏଠାରେ ଏୟାରପୋର୍ଟ କନେକ୍ଟିଭିଟି ଉପଲବ୍ଧ ଅଛି।ଅନ୍ୟ ଜିଲ୍ଲାରେ STPI ଖୋଲିଲେ କମ୍ପାନୀମାନେ ଆକର୍ଷିତ ହେବା ସମ୍ଭବନା କମ୍। କାରଣ ଏୟାରପୋର୍ଟ ସଂଯୋଗ IT କମ୍ପାନୀମାନଙ୍କ ପାଇଁ ମୁଖ୍ୟ ଭୂମିକା ନିଭାଏ। ଆଗାମୀ ଦିନରେ ଓଡ଼ିଶାରେ IT କ୍ଷେତ୍ର କିଭଳି ଉର୍ଣତି ହୋଇପାରିବ ସରକାର ଦୁଷ୍ଟି ଦେବାକୁ ସମିଳନୀ ରେ ମତ ପ୍ରକାଶ ପାଇଥିଲା । ଏଥିରେ ସଭାପତି – ଦୀପକ ମିଶ୍ର, ସମ୍ପାଦକ – ସତ୍ୟରଞ୍ଜନ ସ୍ୱାଇଁ, ସୁଭାଶିଷ ପଣ୍ଡା , ଦେବାଶିଷ ରଥ, ସଂଗ୍ରାମ କେଶରୀ, ମନୋଜ ଗିରି, ବିଶ୍ୱଭୂଷଣ ପୃଷ୍ଟି, ରାକେଶ ଗିରି ପ୍ରମୁଖ ଯୋଗ ଦେଇ ସମ୍ମିଳନୀ କୁ ସଫଳ କରାଇଥିଲେ।




