
ଦୀର୍ଘଦିନର ବ୍ୟବଧାନ ପରେ ତିରୁବନନ୍ତପୁରମ ସାଂସଦ ଶଶି ଥରୁର କଂଗ୍ରେସ ଦଳ ସହିତ ସ୍ବର ମିଳାଇ କେନ୍ଦ୍ର ସରକାରଙ୍କ ଦ୍ବାରା ମନରେଗା ନାମ ପରିବର୍ତ୍ତନ ବିଲ୍ ପ୍ରତି ଖୋଲାଖୋଲି ଭାବରେ ନିଜର ବିରୋଧ ପ୍ରକାଶ କରିଛନ୍ତି। ଲୋକସଭାରେ ବର୍ତ୍ତମାନ ଏହି ବିଲ୍ ଉପରେ ଆଲୋଚନା ହେଉଛି ।ଯାହା ମନରେଗାକୁ “ବିକଶିତ ଭାରତ ଜୀ ରାମ ଜୀ” ବିଲ୍ ସହିତ ବଦଳାଇବ। ଗୃହରେ ଭାଷଣ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ସରକାରଙ୍କୁ ରାମଙ୍କ ନାମକୁ ବଦନାମ ନକରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିରୋଧୀଙ୍କ ବିରୋଧ ମଧ୍ୟରେ, ସରକାର ମଙ୍ଗଳବାର ଲୋକସଭାରେ “ବିକଶିତ ଭାରତ ଜୀ ରାମ ଜୀ ବିଲ୍, ୨୦୨୫” ଆଗତ କରିଛନ୍ତି, ଯାହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)କୁ ବଦଳାଯାଇଛି।




