
ନିଜ ଉପରୁ ଦୋଷ ଛଡ଼ାଇଲା ଟାଟା ପାୱାର । ଆଡିସନାଲ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ମଧ୍ୟ ଥିଲା, ଇଲେକଟ୍ରିସିଟି ଆକ୍ଟ ୨୦୦୩ ନିୟମ ଅନୁସାରେ ସବୁ କାମ କରାଯାଉଥିବା କହିଛି ଟାଟା ପାୱାର । ଏହା ଏକ ରେଗୁଲେଟେଡ ବିଜନେସ , ବିଦ୍ୟୁତ ବିଲ୍, କନେକ୍ସନ୍, ଚାର୍ଜେସ ସବୁ ରେଗୁଲେଟେଡ ।
ଯେଉଁ ସିକ୍ୟୁରିଟି ଡିପୋଜିଟ ନିଆ ଯାଉଛି ତାହା ଉପରେ କ୍ରେଡିଟ ଇଣ୍ଟରେଷ୍ଟ ମଧ୍ୟ ଦିଆ ଯାଉଛି । ଆଡ଼ିସନାଲ ସିକ୍ୟୁରିଟି ଡିପୋଜିଟ ବାବଦରେ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଉଛି । ସ୍ମାର୍ଟ ମିଟର ସମ୍ପୂର୍ଣ ସଠିକ ରିଡିଙ୍ଗ ନେଉଛି, ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା ସ୍ମାର୍ଟ ମିଟର ସମାନ ଢଙ୍ଗରେ କାମ କରୁଥିବା କହିଛି ଟାଟା ପାୱାର । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନାହିଁ ବୋଲି ସଫେଇ ରଖିଛି ଟାଟା ପାୱାର । ପୁରୁଣା ମିଟର ଓ ସ୍ମାର୍ଟ ମିଟର ଉଭୟକୁ ବ୍ୟବହାର କରାଯାଉଥିବା କହିଛି ଟାଟା ପାୱାର ।




