
ବାଜୁଥିଲା ଗୀତ, ତାଳେ ତାଳେ ନାଚୁଥିଲା ପାଦ । ବାହାଘର ପାଇଁ ମାହୋଲ ଥିଲା ପୂରା ସରଗରମ । ସମସ୍ତେ ମଜା ମସ୍ତି ମୁଡରେ ଥିଲେ । ହେଲେ ହଠାତ୍ ଛାତ ଭୁଶୁଡ଼ି ପଡିବାରୁ ସବୁ ମଜା ସଜାରେ ବଦଳିଗଲା । ପାଖାପାଖି ୪୦ରୁ ଅଧିକ ଲୋକ ଆହତ ହେଲେ ।ଘଟଣାଟି ଘଟିଛି ହିମାଚଳ ପ୍ରଦେଶ ଚାମ୍ବା ଜିଲ୍ଲାରେ । ଏକ ବିବାହ ଉତ୍ସବରେ ସାମିଲ ଥିବା ସମ୍ପର୍କୀୟଙ୍କୁ ନେଇ ଘଟିଛି ଏମିତି ଘଟଣା । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ବିବାହରେ ଏକ ଯାତ୍ରା ହୁଏ । ସ୍ଥାନୀୟ ପରମ୍ପରା ଅନୁସାରେ ଲୋକଗୀତରେ ଛାତ ଉପରେ ହିଁ ସମସ୍ତେ ନାଚନ୍ତି । ଏଠି ବି ସେହି ଉତ୍ସବ ପାଳନ ହେଉଥିଲା । ହେଲେ କ୍ଷମତା ଠାରୁ ଅଧିକ ଲୋକ ଛାତ ଉପରେ ଛିଡା ହୋଇଥିବାରୁ ଭୁସ୍ ଭାସ୍ ହୋଇ ଛାତ ଧସିଗଲା ଆଉ ସମସ୍ତେ ଆହତ ହେଲେ ।




