ଚାର୍ଜସିଟ୍ ଲେଖାକୁ ନେଇ ରାଗିଲେ ଥାନା ଆଇଆଇସି। ଥାନାର ଚ୍ୟାମ୍ବର ଭିତରେ ଏଏସଆଇ ଉପରକୁ ଉଠାଇଲେ ହାତ । ଥାନା ଭିତରେ IIC ଏବଂ ASI ହାତାହାତି ହେବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧିକାରୀ ଓ ଜଣେ ASI ହାତାହାତି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଡିସେମ୍ବ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ASI ପ୍ରକାଶ କୁମାର ସିଂହ ହାତାହାତି ହୋଇଛନ୍ତି । ଚେୟାର୍ରୁ ଉଠି ଥାନା ଆଇଆଇସି ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି । ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଲାଗି ରହିଥିଲା । ସେହି ଘଟଣାର ଚାର୍ଜସିଟ୍ ଲେଖିଥିଲେ ଏଏସ୍ଆଇ ପ୍ରକାଶ ସିଂହ । ହେଲେ ଥାନା ଅଧିକାରୀ ଦେବାଶିଷଙ୍କୁ, ଏଏସ୍ଆଇ ପ୍ରକାଶଙ୍କ ଲେଖା ପସନ୍ଦ ଆସି ନଥିଲା । ଯାହାକୁ ନେଇ ରୋବାବ୍ ଦେଖାଇଥିଲେ ଦେବାଶିଷ ।
ସିସିଟିଭି ଭିଡିଓରେ ଦେଖା ଯାଉଛି, ଆଇଆଇସି ରାଗି କରି କହୁଥିବା ବେଳେ ଏଏସ୍ଆଇ ବି ଉତ୍ତର ରଖୁଛନ୍ତି । ଆଇଆଇସିଙ୍କ ସାମ୍ନାରେ ଅନ୍ୟ ୨ ଜଣ ବସିଥିବା ବେଳେ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଚାର୍ଜସିଟ୍ ଲେଖାକୁ ନେଇ ରାଗିଥିବା ଆଇଆଇସି ଚେୟାର୍ରୁ ଉଠି ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି ।




