
ଦେଶବ୍ୟାପୀ ୨ କୋଟିରୁ ଅଧିକ ମୃତ ଲୋକଙ୍କ ଆଧାର କାର୍ଡକୁ ନିଷ୍କ୍ରିୟ କରି ଦିଆଯାଇଛି । ଆଧାରର ଦୁରୁପଯୋଗ ଆଶଙ୍କାରେ ୟୁଆଇଡିଏଆଇ ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଆଧାର ଡାଟାବେସ୍କୁ ଯଥୋଚିତ ଓ ଅପ୍ଡେଟ୍ ରଖିବା ନେଇ ଅଭିଯାନ ଜାରି ରହିଛି ।
ସେହି ଅନୁସାରେ, ମୃତକଙ୍କ କାର୍ଡକୁ ନିଷ୍କ୍ରିୟ କରାଯାଉଛି । ୟୁଆଇଡିଏଆଇ ମୃତ ବ୍ୟକ୍ତିଙ୍କ ତଥ୍ୟକୁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ସାଧାରଣ ବଣ୍ଟନ ବ୍ୟବସ୍ଥା, ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ସମେତ ଅନେକ ଉତ୍ସରୁ ହାସଲ କରୁଛି । ଏଥିସହ ଅନ୍ୟ ଆର୍ଥିକ ସଂସ୍ଥାରୁ ମଧ୍ୟ ସେମାନଙ୍କ ତଥ୍ୟ ସଂଗ୍ରହ ଲାଗି ଯୋଜନା କରାଯାଉଛି ।




