• About
  • Advertise
  • Privacy & Policy
  • Contact
Thursday, January 29, 2026
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

OD Times by OD Times
November 19, 2025
in Uncategorized
0
0
SHARES
1
VIEWS
Share on FacebookShare on Twitter

ଦୀର୍ଘ ୮୯ ବର୍ଷ ଧରି ଓଡିଶା ବିଧାନସଭା ଆମର ଗଣତାନ୍ତ୍ରିକ ପରମ୍ପରାର ଐତିହ୍ୟ ବହନ କରିଆସୁଛି

ଓଡ଼ିଶା ଏକ ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ବହନ କରୁଛି, ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର
୧୯ ନଭେମ୍ବର ୨୦୨୫

୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ ୧୨ଟି ଦେଶର 40 ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର ୮୯ ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ରାଜ୍ୟ ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ।

ଜୁନ୍ 2024 ରୁ ଜୁନ୍ 2025 ମଧ୍ୟରେ ଓଡିଶା ବିଧାନସଭା 62ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, 2024 ଉପରେ ରେକର୍ଡ 12 ଘଣ୍ଟା 25 ମିନିଟ୍ ବିତର୍କ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଧାନସଭା ପ୍ରକ୍ରିୟାର ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ, ଇ-ପ୍ରଶାସନ ପାଇଁ OSWAS, ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହ, ଗବେଷଣା ଏବଂ ସୂଚୀକରଣ(Indexing) ପାଇଁ AI ର ବ୍ୟବହାର ଆଦି ଅନେକ ପଦକ୍ଷେପ ନିଆଯାଇଛି। ଡିଜିଟାଲ୍ ପ୍ରୟୋଗ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶା ବିଧାନସଭା ଜାତୀୟ ପୁରସ୍କାର ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ବିଭିନ୍ନ ସଂସଦୀୟ କମିଟି ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଓଡ଼ିଶାର 10ଟି ବିଭାଗୀୟ ସ୍ଥାୟୀ କମିଟି ସମେତ 25ଟି କମିଟି ଗଠନ କରାଯାଇଛି। ଉନ୍ନତ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗୁଡିକ “ମିନି-ପାର୍ଲିମେଣ୍ଟ” ଭାବରେ କାର୍ଯ୍ୟ କରୁଛି। ଓଡ଼ିଶା ନିକଟରେ ଅନୁସୂଚିତ ଜାତି ଏବଂ ଜନଜାତି କମିଟିର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିଥିଲା। ଏହା ଆମର Inclusive Governance ପ୍ରତି ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ।

ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ।

ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଏବଂ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର କହିଛନ୍ତି ଯେ ବିଶ୍ୱ ଗଣତାନ୍ତ୍ରିକ ପରିବେଶରେ ଓଡ଼ିଶାର ବିଧାନସଭା ଏକ ଜାତୀୟ ମଡେଲ ଭାବରେ ଉଭା ହୋଇଛି। ଓଡ଼ିଶାର ବିଧାନସଭା ଶୃଙ୍ଖଳା, ଗଠନମୂଳକ ବିତର୍କ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ ମଡେଲ । ଏଣୁ ସଂସଦୀୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଯୁବ ବିଶ୍ୱ ପ୍ରତିନିଧିମାନଙ୍କୁ ଭାରତର ଅନନ୍ୟ ସଂସଦୀୟ ପରମ୍ପରା ଶିଖିବା ପାଇଁ ଏକ ବିରଳ ସୁଯୋଗ ପ୍ରଦାନ କରୁଛି।

ଉକ୍ତ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ବ କରୁଥିବା ତୁର୍କମେନିସ୍ତାନର ମଜଲିସ୍ (ସଂସଦ) ସଦସ୍ୟ କରିମଗୁଲି ଗୁରବାଙ୍ଗୁଲିଭିଚ୍ ଗେଲଡିୟେଭ (Kerimguly Gurbangulyyevich Geldiyev), ଗଣତନ୍ତ୍ରରେ ସ୍ୱଚ୍ଛତା ଏବଂ ଡିଜିଟାଲ୍ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ଏବଂ ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ସମସ୍ତ ପ୍ରତିନିଧିଙ୍କ ପାଇଁ ସ୍ମରଣୀୟ ହେବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସଂସଦୀୟ ବ୍ୟାପାର) ଶ୍ରୀ ସୁରେନ୍ଦ୍ର କୁମାର, ଓଡିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ନିର୍ଦ୍ଦେଶକ ପ୍ରାଇଡ ଶ୍ରୀ ପ୍ରଶାନ୍ତ ମଲ୍ଲିକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Previous Post

ବିଜେପିର ରାଜ୍ୟସଭା ମିଶନ

Next Post

ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ୍ୟ

OD Times

OD Times

Next Post

ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ୍ୟ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest

ଏଡିଟ ଦେବଜିତ୍ ନନ୍ଦୀ ଙ୍କ ବଢିଲା ଅଡୁଆ ତଦନ୍ତ କରିବ ୫ ଜଣିଆ କମିଟି ଏଡିସିିିଙ୍କୁ ଏଡିଟି ପଦବୀରେ ଥଇଥାନ ଘଟଣା

January 4, 2026

ଭୁବନେଶ୍ୱରର ଧୌଳି ଗାର୍ଡେନ୍‌ରେ ବିଶ୍ୱ ସମ୍ମିଳନୀ

December 21, 2025
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026

ବିଶିଷ୍ଟ ପାଲାଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପରଲୋକ

January 28, 2026

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

January 28, 2026

Recent News

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026

ବିଶିଷ୍ଟ ପାଲାଗାୟକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ପରଲୋକ

January 28, 2026

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

January 28, 2026
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ଭେନେଜୁଏଲା_ ସୀମାରେବିମାନ କ୍ରାସ୍; ୧୫_ମୃତ

January 29, 2026

କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ ଭିଜିଲାନ୍ସ କଲା ଗିରଫ

January 29, 2026
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.