
ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଘଟଣା। ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ। ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ ଡାକ୍ତର
ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର। ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ। ଏଭଳି ଅଭାବନୀୟ ଦୁଃଖଦ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଦେଖିବାକୁ ମିଳିଛି। ମୃତକ ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ। ଆଜି ସକାଳେ ଓପିଡିରେ ରୋଗୀ ଦେଖୁଥିଲେ ଡାକ୍ତର ତ୍ରିନାଥ ପାଲ।




