କୁକୁର ବିଲୁଆ ଶବ ଖାଇବାର ଚର୍ଚ୍ଚା ଶ୍ମଶାନରେ କଲେନି ଶବଦାହ, ନଦୀ ବାଲିଘାଟରେ ପୋତି ଚାଲିଗଲେ ଶବ। ଗଞ୍ଜାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।ମାଳି ଜଗନ୍ନାଥପୁର ଗ୍ରାମର ଏଲେୟା ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟାରେ ନଦୀ ଘାଟକୁ ବୁଲିବାକୁ ଯାଇଥିବା ବେଳେ ଶବ ବାଲିରେ ପୋତି ହୋଇଥିବା ଏବଂ ଗୋଡ଼ ପଦାକୁ ବାହାରି ଥିବା ଦେଖିବାକୁ ପାଇଥିଲେ । ପୋତିବାର କିଛି ସମୟ ପରେ କୁକୁର ବିଲୁଆ ଶବ ଖାଉଥିବାର ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପ୍ରଘଟ ପରେ ମୃତଦେହ ଟି ବୋରିଗାଁ ଅଞ୍ଚଳର ବୋଲି ଏଲେୟା ଗଣମାଧ୍ୟମକୁ କହିବା ସହ ଗଞ୍ଜାମ ଥାନାକୁ ଅବଗତ କରାଇଥିଲେ । ବୋରିଗାଁ ଗ୍ରାମର ଜଣେ କୁଷ୍ଠ ରୋଗୀଙ୍କର ମୃତ୍ୟୁ ହେବା ପରେ ଗ୍ରାମବାସୀ ତାଙ୍କ ଗାଁ ମଶାଣିରେ ପୋଡ଼ିବାକୁ ବାରଣ କରିଥିଲେ । ଫଳରେ ତାଙ୍କ ପରିବାର ମାଳି ଜଗନାଥ ପୁର ଶ୍ମଶାନରେ ନପୋଡି ମୃତଦେହଟିକୁ ପୋତି ଦେଇଥବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି ।




