ବୌଦ୍ଧ କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ଆତଙ୍କ। କାରରେ ଯାଉଥିବା ବେଳେ ଜଣେ ଡ୍ରାଇଭରଙ୍କ ମୋବାଇଲରେ ବାଘର ଭିଡିଓ କଏଦ ହେବ ପରେ ଭୟ ବଢିଛି। କନ୍ଧମାଳ ଜିଲ୍ଲାରୁ ଜଣେ କାର ଡ୍ରାଇଭର ଭିଡିଓ ବନେଇ ବୌଦ୍ଧ ଜିଲ୍ଲାର ମାଧପୁରକୁ ଆସୁଥିଲେ। କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ ହଠାତ ଏକ କଲରାପତାରିଆ ବାଘ ତାଙ୍କ ଗାଡି ଆଗରେ ରାସ୍ତା ପାର କରିଥିଲା । ସେ ବାଘକୁ ଦେଖି ଆତଙ୍କିତ ହୋଇଯାଇଥିଲେ । ଏ ଘଟଣା ବାହାରେ ପ୍ରଘଟ ହେବା ପରେ ଘାଟି ପାଖ ସ୍ଥାନୀୟ ୩ ରୁ ୪ ଖଣ୍ଡ ଗାଁ ଲୋକଙ୍କ ସମେତ ସେ ରାସ୍ତା ଦେଇ ଯାଉଥିବା ଲୋକ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଲୋକଙ୍କୁ ସଚେତନତା କରାଇବା ପାଇଁ ସାଧାରଣ ରେ ଦାବି ହୋଇଛି ।ଘଟଣା ସମ୍ପର୍କରେ ମାଧପୁରର ଜଣେ ବନ ଅଧିକାରୀ କହିଛନ୍ତି କନ୍ଧମାଳ ଅଞ୍ଚଳ ରୁ ଆମ ଅଞ୍ଚଳକୁ କଲରାପତାରିଆ ବାଘ ଚଳପ୍ରଚଳ କରୁଛି । ତାହା ଉପରେ ଆମର ନଜର ରଖିଛୁ । ଏ ଭିଡିଓ ଟି ଗୋଟିଏ ମାସ ପୂର୍ବର । କିନ୍ତୁ ଶିକାରୀ ଭୟ ଥିବାରୁ ତାହା ବାହାରେ ପ୍ରକାଶ କରାଯାଉନାହିଁ




