
ମାଡି ଆସୁଛି ‘ମୋନ୍ଥା’ , ୧୯୯୯ ପରି ହେବ କି ଭୟଙ୍କର?? ସୃଷ୍ଟି ହେଲା ଅବପାତ , ସୋମବାର ସକାଳେ ବାତ୍ୟା। ୨ ଦିନ ପରେ ମନ୍ଥିବ ମୋନ୍ଥା। ପୁଣି ସେଇ ଅକ୍ଟୋବର, ସେଇ ବାତ୍ୟା ଛନକା…। ଅକ୍ଟୋବର ଶେଷ ବେଳକୁ ପୁଣିଥରେ ବଙ୍ଗୋପସାଗରରେ ଆସୁଛି ବାତ୍ୟା , ବଢୁଛି ଭୟ। ଆଜି ଅବପାତର ରୂପ ନେଇଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଏବେ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ 1040 କିଲୋମିଟର ଓ ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ 990କିମି ଦୂରରେ କେନ୍ଦ୍ରୀଭୂତ ଅଛି। ଏହି ଅବପାତ ଆହୁରି ଘନୀଭୂତ ହୋଇ କାଲି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ୨୭ ତାରିଖ ସୋମବାର ସକାଳ ୮ଟା ବେଳକୁ ନେବ ବାତ୍ୟାର ରୂପ.




