
ହତ୍ୟା ପରେ ଶ୍ରଦ୍ଧାଞ୍ଜଳି । ଏଭଳି ସିନ୍ ବଲିଉଡ଼ ସିନେମାରେ ଦେଖିବାକୁ ମିଳେ ।ଏଠି କିନ୍ତୁ ବାସ୍ତବରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆରୋପୀ ବିକ୍ରମ ପଣ୍ଡା ନିହତ ପୀତବାସ ପଣ୍ଡା ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ତେବେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସ୍ପିଙ୍କ ବଡ଼ ଖୁଲାସା।
ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ନେଇଥିଲେ ସାର୍ପ ସୁଟର
ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ ।
ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ ।
ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ ।
ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା ।