• About
  • Advertise
  • Privacy & Policy
  • Contact
Tuesday, October 21, 2025
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ନୂଆପଡା ନିର୍ବାଚନ ମଣ୍ଡଳୀ ର ଉପନିର୍ବାଚନ ସମୀକ୍ଷା

OD Times by OD Times
October 21, 2025
in Uncategorized
0
0
SHARES
1
VIEWS
Share on FacebookShare on Twitter

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବହାଦୁର ଖୁରାନିଆ ଆଜି ପୋଲିସ ମୁଖ୍ୟାଳୟ ଠାରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି।

ଡିଜିପି ଶ୍ରୀ ଖୁରାନିଆ ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେ ଆହୁରି ମଧ୍ୟ ଦଫା ୧୧୦/୧୦୭ Cr.P.C. ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟ (NBWs) କୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ତାମିଲ କରିବା ସମେତ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗୁଡ଼ିକୁ ତୀବ୍ର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଓ ଗଦି ମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ।

ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ କୋଚେ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଥିଲେ।

ଉପନିର୍ବାଚନ ସମୟରେ ସମ୍ଭାବ୍ୟ ମାଓବାଦୀ କାର୍ଯ୍ୟକଳାପକୁ ଏଡାଇବାକୁ ଏଡିଜିପି (ଏ ଏନ ଓ) ଶ୍ରୀ ସଂଜୀବ ପଣ୍ଡା ଜିଲ୍ଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କୁମ୍ବିଂ ଅପରେସନ ଓ ମାଓବାଦୀ ବିରୋଧୀ ଅଭିଯାନ କୁ ଜୋରଦାର କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ନିମନ୍ତେ ସମସ୍ତ ପ୍ରକାର ଯୋଜନାକୁ ଚୁଡାନ୍ତ ରୂପ ଦିଆ ଯାଇଛି ବୋଲି ଜଣାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନୀ CAPF (କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ), ୫ ପ୍ଲାଟୁନ୍ ରାଜ୍ୟ OSAP/APR (ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ/ ଅତିରିକ୍ତ ପୋଲିସ ରିଜର୍ଭ), ୩୫ ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ୧୮ ଟି SST (ଷ୍ଟାଟିକ ସର୍ଭେଲାନ୍ସ ଟିମ୍) ସହିତ ଜିଲ୍ଲା ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

ରେଞ୍ଜ ଡି ଆଇ ଜି ଶ୍ରୀ କେ. ବି. ସିଂହ ପୋଲିସ୍ ପକ୍ଷରୁ ଚୋରା ମଦ ଉପରେ ଚଢାଉ, ନିଶା ଦ୍ରବ୍ୟ ଚୋରା କାରବାର ରୋକିବାକୁ ସ୍ୱତନ୍ତ୍ର ରଣନୀତି, ପେଣ୍ଡିଂ ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଆରକ୍ଷୀ ମହା ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ । ଏହା ଛଡ଼ା EVM ଗୁଡିକର ସୁରକ୍ଷା ନିଶ୍ଚିତ କରିବା ପାଇଁ CCTV କଭରେଜ୍ ସହିତ ଷ୍ଟ୍ରଙ୍ଗ୍ ରୁମ୍ ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ECI ନିର୍ଦ୍ଦେଶାବଳୀର କଡାକଡି ପ୍ରୟୋଗ ସହିତ ନିର୍ବାଚନ ପରିଚାଳନା କରାଯିବ।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ନୂଆପଡ଼ା ଜିଲ୍ଲାକୁ ରାଜ୍ୟ ପୋଲିସ ସଦର ମହକୁମା ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ବୈଠକରେ ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ନିର୍ଦେଶକ (ଗୁଇନ୍ଦା) ଶ୍ରୀ ଆର.ପି. କୋଚେ
ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ନକ୍ସଲ ବିରୋଧୀ ଅପରେସନ) ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଶ୍ରୀ ଅରୁଣ ବୋଥ୍ରା,
ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଏସ ଏପି)ଶ୍ରୀ ରାଜେଶ କୁମାର, ଆଇଜିପି (ଏସଏପି) ଶ୍ରୀ ଏସ.କେ. ଗଜଭିଏ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Previous Post

ଥାନାରୁ ଚମ୍ପଟ ମାରିଲେ ଅଭିଯୁକ୍ତ

OD Times

OD Times

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025

ସମୟ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ

August 19, 2025

ବେଆଇନ ବିସ୍ପୋରକ ସାମଗ୍ରୀ ଜବତ

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

ନୂଆପଡା ନିର୍ବାଚନ ମଣ୍ଡଳୀ ର ଉପନିର୍ବାଚନ ସମୀକ୍ଷା

October 21, 2025

ଥାନାରୁ ଚମ୍ପଟ ମାରିଲେ ଅଭିଯୁକ୍ତ

October 21, 2025

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025

Recent News

ନୂଆପଡା ନିର୍ବାଚନ ମଣ୍ଡଳୀ ର ଉପନିର୍ବାଚନ ସମୀକ୍ଷା

October 21, 2025

ଥାନାରୁ ଚମ୍ପଟ ମାରିଲେ ଅଭିଯୁକ୍ତ

October 21, 2025

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

ନୂଆପଡା ନିର୍ବାଚନ ମଣ୍ଡଳୀ ର ଉପନିର୍ବାଚନ ସମୀକ୍ଷା

October 21, 2025

ଥାନାରୁ ଚମ୍ପଟ ମାରିଲେ ଅଭିଯୁକ୍ତ

October 21, 2025
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.