• About
  • Advertise
  • Privacy & Policy
  • Contact
Sunday, October 19, 2025
OD Times
Advertisement
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
  • Home
  • ଜିଲ୍ଲା
  • ରାଜ୍ୟ
  • ଦେଶ
  • ବିଦେଶ
  • ଟ୍ରେଣ୍ଡିଙ୍ଗ୍‌
  • ସାମାଜିକ ଗଣମାଧ୍ୟମ
  • ମନୋରଞ୍ଜନ
  • ଖେଳ
  • ଅପରାଧ
  • ଫଟୋ
  • ଭିଡିଓ
  • ଅନ୍ୟାନ୍ୟ
No Result
View All Result
OD Times
No Result
View All Result
Home Uncategorized

ଦମ୍ପତିଙ୍କୁ ନିର୍ଯ୍ୟାତନା ଘଟଣାରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଏସଆଇ ଏବଂ କନେଷ୍ଟବଳଙ୍କୁ ଗିରଫ ନିର୍ଦ୍ଦେଶ ।

OD Times by OD Times
October 18, 2025
in Uncategorized
0
0
SHARES
2
VIEWS
Share on FacebookShare on Twitter

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କଣ୍ଟିଲୋ ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ ଦମ୍ପତି। ମାତ୍ର ଦାୟିତ୍ଵରେ ଥିବା ପୁଲିସ ଏସଆଇ ମିଛ ମାମଲାରେ ଫସାଇ ନିର୍ଯ୍ୟାତନା ଦେବା ସହିତ ଘଉଡାଇ ଦେଇଥିଲେ । ଫଳରେ ମହିଳା ଓ ସ୍ଵାମୀ ଓଡିଶା ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ। ଘଟଣାର ଶୁଣାଣି କରି ମାନବାଧିକାର କମିଶନର ଅଧ୍ୟକ୍ଷ ଉଭୟ ପୁଲିସ ଅଧିକାରୀଙ୍କୁ ଗିରଫ ନିର୍ଦ୍ଦେଶ ଦେବା ଏବେ ନୟାଗଡ଼ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି। ଜିଲ୍ଲାରେ ପୁଲିସର ଏଭଳି ଚରିତ୍ର ଚର୍ଚାର ବିଷୟ ପାଲଟିଥିବା ବେଳେ ସାଧାରଣ ଲୋକଙ୍କୁ କିଭଳି ନ୍ୟାୟ ମିଳେ ତାହା ସ୍ପଷ୍ଟ ବାରି ହେଉଛି। ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଫାଣ୍ଡିର ପୂର୍ବତନ ଅଧିକାରୀ ଏସଆଇ ରମେଶ ଚନ୍ଦ୍ର ଜେନା ଓ କନେଷ୍ଟବଳ ସୁଧୀର କୁମାର ତାଲିଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ମାନବାଧିକାର କମିଶନ। ମିଳିଥିବା ସୂଚନା ଅନୁଯାୟୀ ୨୦୨୪ ମାର୍ଚ ୧୯ରେ କଣ୍ଟିଲୋ ଅଞ୍ଚଳର ଅନୁସୂଚିତ ଜାତିର ମହିଳା ପ୍ରତିମା ଦଳେଇ ଓ ତାଙ୍କ ସ୍ଵାମୀ ଥାନାକୁ ଏକ ମାମଲାରେ ଅଭିଯୋଗ କରିବାକୁ ଯାଇଥିଲେ। ତେବେ ଦାୟିତ୍ଵରେ ଥିବା ତତ୍କାଳୀନ ଏସଆଇ ରମେଶ ଚନ୍ଦ୍ର ଜେନା ଓ କନେଷ୍ଟବଳ ସୁଧୀର କୁମାର ତାଲି ସେମାନଙ୍କୁ ନିର୍ଯ୍ୟାତନା ଦେଇଥିଲେ। ମିଛ ମାମଲା ସହିତ ଅନୁସୂଚିତ ଜାତିର ହୋଇଥିବା ଯୋଗୁଁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ନିର୍ଯ୍ୟାତନା ଦେଇଥିଲେ ପୁଲିସ ବାବୁ। ପରବର୍ତ୍ତୀ ପର୍ଯ୍ୟାୟରେ ଦମ୍ପତି ଓଡିଶା ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେବା ସହିତ କେସ ଫାଇଲ କରିଥିଲେ। ମାନବ ଅଧିକାର କମିସନରେ କେସ୍ ଫାଇଲ୍ ପରେ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏସ ପୂଜାହାରୀଏହାର ଶୁଣାଣି କରି ନୟାଗଡ ଏସପିଙ୍କୁ ରିପୋର୍ଟ ମାଗିଥିଲେ। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ତତ୍କାଳୀନ ଏସପି ଜଣେ ଡିଏସପିଙ୍କ ଦ୍ୱାରା ତଦନ୍ତ କରାଇବା ସହିତ ସତ୍ୟ ଲୁଚାଇ କମିଶନଙ୍କୁ ମନଗଢା ରିପୋର୍ଟ ପ୍ରଦାନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଦୁଇ ଦୁଇ ଥର ଶୁଣାଣି ପରେ ନୟାଗଡ ଏସପି କିମ୍ବା ସମ୍ପୃକ୍ତ ଦୁଇ ପୁଲିସ ବାବୁ ହାଜର ହୋଇ ପକ୍ଷ ରଖିନଥିଲେ। ଯାହାଫଳରେ ବାରମ୍ବାର କମିସନଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ନେଇ ଦୁଇ ଜଣଙ୍କ ଗିରଫ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି ମାନବାଧିକାର କମିଶନ। ଘଟଣାର ଶୁଣାଣି କମିଶନ ଅଧ୍ୟକ୍ଷ ଜଷ୍ଟିସ ଏସ ପୂଜହାରୀ କରିଥିବା ବେଳେ ଆସନ୍ତା ୩୧ ତାରିଖକୁ ପରବର୍ତୀ ଦିନ ଧାର୍ଯ୍ୟ କରିଛନ୍ତି। ଦୁଇ ପୋଲିସ ବାବୁଙ୍କ କଳା କାରନାମା ଜିଲ୍ଲାରେ ପୁଲିସ ଭାବମୂର୍ତ୍ତିକୁ ନଷ୍ଟକରୁଛି।

Previous Post

ସ୍କୁଲ କଲେଜ ଛୁଟି

Next Post

ଦୁଇଟି ବାତ୍ୟା ଆକଳନ

OD Times

OD Times

Next Post

ଦୁଇଟି ବାତ୍ୟା ଆକଳନ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

ଅବକାରୀ ହାଜତରେ ପୁଅ ଓ ଦୃଷ୍ଟିହୀନ ବାପ ଙ୍କୁ ମାଡ଼ ଘଟଣା ନୟାଗଡ଼ ଅବକାରୀ ଅଧୀକ୍ଷକଙ୍କୁ ସ୍ପଷ୍ଟୀକରଣ ମାଗିଲେ କୋର୍ଟ

August 19, 2025

କ୍ୟାପିଟାଲ ରିଜିଅନ ୬ ଲେନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର

August 19, 2025

ସମୟ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ

August 19, 2025

ବେଆଇନ ବିସ୍ପୋରକ ସାମଗ୍ରୀ ଜବତ

August 19, 2025
The Legend of Zelda: Breath of the Wild gameplay on the Nintendo Switch

The Legend of Zelda: Breath of the Wild gameplay on the Nintendo Switch

0
Shadow Tactics: Blades of the Shogun Review

Shadow Tactics: Blades of the Shogun Review

0
macOS Sierra review: Mac users get a modest update this year

macOS Sierra review: Mac users get a modest update this year

0
Hands on: Samsung Galaxy A5 2017 review

Hands on: Samsung Galaxy A5 2017 review

0

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025

ଟିଉସନରେ ଫୁଟିଲା ଗୁଳି

October 19, 2025

ଅସ୍ତ୍ର ବିରତି ପାଇଁ ସହମତି

October 19, 2025

Recent News

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025

ଟିଉସନରେ ଫୁଟିଲା ଗୁଳି

October 19, 2025

ଅସ୍ତ୍ର ବିରତି ପାଇଁ ସହମତି

October 19, 2025
OD Times

We bring you the best News Portal that you find for news, magazine, personal blog, etc. Check our landing page for details.

Follow Us

Browse by Category

  • Application
  • Fashion
  • Gadget
  • Gaming
  • Mobile
  • Review
  • Startup
  • Technology
  • Uncategorized
  • ଖାଦ୍ୟ
  • ଖେଳ
  • ଜୀବନଚର୍ଯ୍ୟା
  • ନ୍ୟୁଜ୍
  • ପର୍ବପର୍ବାଣୀ
  • ବିଜ୍ଞାନ
  • ବିଦେଶ
  • ବ୍ୟବସାୟ
  • ଭ୍ରମଣ
  • ମନୋରଞ୍ଜନ
  • ରାଜନୀତି
  • ସଂଗୀତ
  • ସିନେମା
  • ସ୍ୱାସ୍ଥ୍ୟ

Recent News

*#ଇଞ୍ଜିନିୟରିଂ_ଛାତ୍ରୀଙ୍କୁ_ଅପହରଣ_ପରେ_ଦୁଷ୍କର୍ମ !*

October 19, 2025

ଖସିଲା ପଥର

October 19, 2025
  • About
  • Advertise
  • Privacy & Policy
  • Contact

© 2025 OD Times - Popular News Portal, Design by Kartikdesign.

No Result
View All Result
  • Home
  • ବ୍ୟବସାୟ
  • ରାଜନୀତି
  • ବିଦେଶ
  • Fashion

© 2025 OD Times - Popular News Portal, Design by Kartikdesign.