
ଗୁଜରାଟରେ ମନ୍ତ୍ରିମଣ୍ଡଳ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରାଯାଇଛି । କୁହାଯାଉଛି ଖୁବ୍ଶୀଘ୍ର ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ, ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ଏହି ନିଷ୍ପତ୍ତି ନେଇ ମନ୍ତ୍ରୀମାନଙ୍କୁ କହିଥିଲେ । ଏହା ପରେ ସମସ୍ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଆଉ ସମସ୍ତଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରାଯାଇଛି ।ଗୁଜୁରାଟ ମନ୍ତ୍ରୀମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଗୁରୁବାର ରାତିରେ ହିଁ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ତାପରେ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ ହେବା ପରେ ଆସନ୍ତାକାଲି ହିଁ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବ ବୋଲି ମଧ୍ୟ ସୂଚନା ରହିଛି । ଶୁକ୍ରବାର ସକାଳ ୧୧:୩୦ରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହି ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି ବିଶ୍ୱାସ କରାଯାଉଛି । ତଥାପି, ଏହି ଘଟଣା ଉପରେ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।
ଗୁଜରାଟ ସରକାରଙ୍କ ମନ୍ତ୍ରୀମାନେ ହେଲେ :-
୧. କାନୁଭାଇ ଦେଶାଇ – ଅର୍ଥ, ଶକ୍ତି ଏବଂ ପେଟ୍ରୋକେମିକାଲ୍ସ (ପାରଡି)
୨. ବଲୱନ୍ତ ସିଂହ ରାଜପୁତ – ଶିଳ୍ପ, ଶ୍ରମ ଏବଂ ନିଯୁକ୍ତି (ସିଦ୍ଧପୁର)
୩. ଋଷିକେଶ ପଟେଲ – ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା (ବିସନଗର)
୪. ରାଘବଜୀ ପଟେଲ – କୃଷି, ପଶୁପାଳନ ଏବଂ ମତ୍ସ୍ୟପାଳନ (ଜାମନଗର ଗ୍ରାମୀଣ)
୫. କୁନୱାର୍ଜିଭାଇ ବାଭାଲିଆ – ଜଳ ଯୋଗାଣ ଏବଂ ନାଗରିକ ଯୋଗାଣ (ଜସଦାନ)
୬. ଭାନୁବେନ ବାବରିଆ – ସାମାଜିକ ନ୍ୟାୟ ଏବଂ ମହିଳା ଓ ଶିଶୁ ବିକାଶ (ରାଜକୋଟ ଗ୍ରାମୀଣ)
୭. ମୁଲୁଭାଇ ବେରା – ପର୍ଯ୍ୟଟନ, ଜଙ୍ଗଲ ଏବଂ ପରିବେଶ (ଖମ୍ବଲିଆ)
୮. କୁବେର ଡିଣ୍ଡୋର – ଶିକ୍ଷା ଏବଂ ଆଦିବାସୀ ବିକାଶ (ସନ୍ତରାମପୁର ଏସ୍ଟି)
୯. ନରେଶ ପଟେଲ – ଗଣଦେବୀ
୧୦. ବାଚୁଭାଇ ଖବାଦ୍ – ଦେବଗଡ଼ ବାରିଆ
୧୧. ପରଶୋଟମ୍ ସୋଲାନ୍କି – ଭବନଗର ରୁରଲ
୧୨. ହର୍ଷ ସାଂଘଭି – ମଜୁରା
୧୩. ଜଗଦୀଶ ବିଶ୍ୱକର୍ମା – ନିକୋଲ
୧୪. ମୁକେଶଭାଇ ଜିନଭାଇ ପଟେଲ – ଓଲପାଡ଼
୧୫. କୁନୱାଜିଭାଇ ହାଲାପାଟୀ – ମାଣ୍ଡଭି (ଏସଟି)
୧୬. ଭୀକୁଭାଇ ଚାଟୁରିସିଂ ପରମାର – ମୋଡାସା