ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ସଦର ଥାନା ପୋଲିସ୍ ଗତ କାଲି କାବୁ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ବ୍ରହ୍ମପୁର ଗଜପତି ନଗର ଅଂଚଳର ସୁଜିତ ପାଢ଼ୀ ବୋଲି ସୂଚନା ମିଳିଛି। ଗତ ଅଗଷ୍ଟ ୨୫ ତାରିଖରେ କୁକୁଡ଼ାଖଣ୍ଡି ସ୍ଥିତ ସୂର୍ଯ୍ୟ ନଗର ଅଂଚଳରେ ଜଣେ ମହିଳା ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ବେକ ରୁ ସୁନା ଚେନ୍ ଝାମ୍ପି ବାଇକ ଯୋଗେ ଫେରାର ହୋଇଯାଇଥିଲା। ପରେ ଲୁଟ୍ ର ଶିକାର ହୋଇଥିବା ମହିଳାଙ୍କ ପରିବାର ଲୋକେ ଉକ୍ତ ଦିନ ହିଁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାର ତଦନ୍ତ କରି ସିସିଟିଭି ଯାଞ୍ଚ କରିବା ସହ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି। ଅନ୍ୟପଟେ ଚୋରି ସୁନା କିଣୁଥିବା ବଡ଼ ବଜାର ଅଂଚଳର ଏକ ସୁନା ଦୋକାନ ଉପରେ ସଦର ପୋଲିସ୍ ଚଢ଼ାଉ କରିବାକୁ ପ୍ରସ୍ତୁତ ହେଉଥିବା ଖବର ମିଳିଛି।