ଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ରୁ ୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ କଟକଣା ଜାରି କରାଯାଇଛି।ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନାମା ପରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ଯେଭଳି ନଯିବେ ସେନେଇ କଡ଼ା ନଜର ରଖାଯାଇଛି। ତେବେ ଗତକାଲି ରାତିଠାରୁ ପୁରୀରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ସମୁଦ୍ର ଅଶାନ୍ତ ରହିଛି। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ପୌରପାଳିକା ପକ୍ଷରୁ ମଧ୍ୟ ପ୍ରବଳ ବର୍ଷାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଉପୁଜିଲେ ଜଳ ନିଷ୍କାସନ ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୂଚନା ମିଳିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ମଧ୍ୟ ଯାତାୟତରେ କିଛି ମାତ୍ରାରେ ଅସୁବିଧା ଭୋଗୁଛନ୍ତି।