
ଓଡିଶା କୃଷକ ସଭା ତରଫରୁ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼, ଓଡ଼ଗାଁ, ନୂଆଗାଁ, ଭାପୁର, ଦଶପଲ୍ଲା, ଏବଂ ରଣପୁର ବ୍ଲକ ର କୃଷକ ପ୍ରତିନିଧି ମାନେ ଜିଲ୍ଲା ସମ୍ପାଦକ ପବିତ୍ର କୁମାର ଇନ୍ଦ୍ରଜିତ ଙ୍କ ସହିତ ଯାଇ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଦାବିପତ୍ର ଦେଇଥିଲେ ।ବର୍ତମାନ ଫସଲ ପାଇଁ ସାରର ଆବଶ୍ୟକ ଥିଲାବେଳେ ଯାହା ସାର ଆସୁଛି ତାହା ସମୁଦ୍ର କୁ ଶଙ୍ଖେ ପରି। ଅନେକ ଜାଗାରେ ସାର ର କଳାବଜାରୀ ହେଉଥିବାର ଖବର ଅଛି।ପ୍ରତ୍ୟେକ ଚାଷୀ ଙ୍କୁ ପ୍ରଯ୍ୟପ୍ତ ପରିମାଣ ର ସାର ଯୋଗାଇବା ସହିତ କଳା ବଜାରୀ କୁ ରୋକା ଯିବାର ବ୍ୟବସ୍ତା କରାଯାଉ, ନଚେତ ଆଗାମୀ ଦିନରେ କୃଷକ ମାନେ ଜିଲ୍ଲା କୃଷି କାର୍ଯାଳୟ କୁ ଅକାମି କରିବାକୁ ବାଧ୍ୟ ହେବେ, ଉକ୍ତ ପ୍ରତିନିଧି ମାନଙ୍କ ମଧ୍ୟରେ ବିଶ୍ୱନାଥ ମହାପାତ୍ର, ନିରଞ୍ଜନ ସାହୁ, ସୁରେଶ ବରାଡ଼, ବିଭୂତି ପଟନାୟକ, କୁଳମଣି ପୃଷ୍ଟି, ଚନ୍ଦ୍ରମଣି ଜେନା, ଚତୃଭୁଜ ପାତ୍ର, ବୈକୁଣ୍ଠ ଖୁଣ୍ଟିଆ, ଅଶୋକ ରାଉତ ପ୍ରମୁଖ ଜଣାଇଛନ୍ତି।




