ଗୋଟିଏ ପକ୍ଷ ମଧ୍ୟରେ ଦୁଇ ଦୁଇ ଥର ଗ୍ରହଣ କାଳ, ବିଶ୍ଵକୁ ପଡ଼ିଛି ଅଶୁଭ ଯୋଗ…… !
ପୁରୀ: ଆସନ୍ତା ୨୧ରେ ସୂର୍ଯ୍ୟପରାଗ । ୧୫ ଦିନର ଗୋଟିଏ ପକ୍ଷ ମଧ୍ୟରେ ଦୁଇ ଦୁଇ ଥର ପଡୁଛି ଗ୍ରହଣ କାଳ । ପୁରାଣରେ ଗୋଟିଏ ପକ୍ଷରେ ଦୁଇ ଦୁଇ ଥର ଗ୍ରହଣ କାଳ ପଡ଼ିଥିବା ବେଳେ ସେତେବେଳେ ସଙ୍ଗଠିତ ହୋଇଥିଲା ମହାଭାରତ ଯୁଦ୍ଧ । ଆଉ ଏବେ ପୁଣି ଏମିତି ଏକ କାଳ ଆସିଛି । ଗତ ସେପ୍ଟେମ୍ବର ୭ରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ଯାଇଥିବା ବେଳେ ପୁଣି ଗୋଟିଏ ପକ୍ଷ ମଧ୍ୟରେ ଆସୁଛି ସୂର୍ଯ୍ୟପରାଗ ।
ସେପ୍ଟେମ୍ବର ୨୧ରେ ସଂଗଠିତ ହେଉଥିବା ସୂର୍ଯ୍ୟପରାଗ ଯଦିଓ ଭାରତକୁ ଦୃଶ୍ୟମାନ ହେବ ନାହିଁ କିନ୍ତୁ ଆମେରିକା, ନ୍ୟୁଜିଲାଣ୍ଡ ଭଳି ଦେଶରେ ଏହା ଦୃଶ୍ୟମାନ ହେବ । କିନ୍ତୁ ପିତୃ ପକ୍ଷରେ ପଡ଼ୁଥିବା ଏହି ପରାଗ ବିଶ୍ଵ ପାଇଁ ଅଶୁଭ ବୋଲି ଅନୁମାନ କରାଯାଉଛି । ଅଗ୍ନି ଭୟ, କ୍ଷେପଣାସ୍ତ୍ର ମାଡ଼, ଯୁଦ୍ଧ ଭୟ ସହ ଦେଶ ଦେଶ ଭିତରେ ଶତ୍ରୁତା ଭଳି ପରିସ୍ଥିତି ଲାଗି ରହିବା ନେଇ ଆଶଙ୍କା କରାଯାଉଛି ।

ଚଳିତ ବର୍ଷ ଗ୍ରହଣ କାଳର ବିପତ୍ତି ସାରା ବିଶ୍ଵ ଦେଖି ସାରିଛି । ଉତ୍ତରାଖଣ୍ଡ ଭୂସ୍ଖଳନ ହେଉ ଅବା ନେପାଳର ଗୃହ ଭୟାବହ ଯୁଦ୍ଧ, କିମ୍ବା ଋଷରେ ଭୂମିକମ୍ପ । ଦେଶ ଦେଶ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି । ପୂର୍ବରୁ ଉତ୍ତର ଓ ଉତ୍ତର ପୂର୍ବ ଭାରତରେ ପ୍ରାକୃତିକ ବିପତ୍ତିକୁ ନେଇ ପାଞ୍ଜିରେ ରହିଥିଲା ଆକଳନ । ତାହା ମଧ୍ୟ ଘଟି ସାରିଛି । ତେବେ ଆଗକୁ ଗ୍ରହଣ କାଳ ରହିଥିବା ବେଳେ ବିଶ୍ୱକୁ ମାଡ଼ି ଆସିବନି ତ ଆହୁରି ଭାୟାବହ ବିପତ୍ତି ?
ଏବେ ଟିକେ ନଜର ପକାନ୍ତୁ । ଆମେରିକାର ନୂଆ ନୀତି ବିରୋଧରେ ଅନ୍ୟ ଦେଶ ବିରୋଧ କରିବାକୁ ନେଇ କିଭଳି ପଞ୍ଜିକାରେ ରହିଥିଲା ପୂର୍ବାନୁମାନ । ଏବେ ପିତୃପକ୍ଷରେ ପଡ଼ିବାକୁ ଥିବା ତଥା ଗୋଟିଏ ପକ୍ଷ ମଧ୍ୟରେ ଦୁଇ ଦୁଇ ଥର ଗ୍ରହଣ କାଳ ଭୟାବହତାକୁ ଆହୁରି ବଢ଼ାଇ ଦେଇଛି । ତେବେ ପୂଜା, ଜପ, ତପ, ଦାନ ହିଁ ଗ୍ରହଣ ପ୍ରଭାବରୁ ବଞ୍ଚିବା ପାଇଁ ଉପାୟ ବୋଲି ମତ ରଖିଛନ୍ତି ଜ୍ୟୋତିର୍ବିଦ ।
ବିଶ୍ଵକୁ ଯୁଦ୍ଧ ଭୟ, ବିବାଦ, ୟୁରୋପୀୟ ଦେଶ ମାନଙ୍କରେ ବିପର୍ଯ୍ୟୟ, ଦୁର୍ଘଟଣା, ଋଷ ଭୂମିକମ୍ପ ଆଦି ବିଷୟରେ ମଧ୍ୟ ପଞ୍ଜିକାରେ ରହିଥିଲା ପୂର୍ବାନୁମାନ । ତେବେ ଆଗକୁ ଆଉ କଣ କଣ ଘଟୁଛି ତାହା ଉପରେ ନଜର ।