ଭୁବନେଶ୍ୱର:ନିକ ସ୍କୁଲ ଡମ୍ପିଂୟାର୍ଡରେ ୨୨ ବର୍ଷ ଧରି ପରିବେଶଗତ ଏବଂ ସ୍ୱାସ୍ଥ୍ୟ ସଙ୍କଟ ଭୁବନେଶ୍ୱର ଅର୍ଦ୍ଧାଧିକ ବାସିନ୍ଦା ହନ୍ତସନ୍ତ ଛାତ୍ରଛାତ୍ରୀ ଏବଂ ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି କରି ଚାଲିଛି। ସୈନିକ ସ୍କୁଲର ୨୦ ଏକରରୁ ଅଧିକ ଜମିରେ ଅବୈଧ ଅଳିଆ ପକାଇବା ଯୋଗୁଁ ଅସହ୍ୟ ଦୁର୍ଗନ୍ଧ, ପରିବେଶ ପ୍ରଦୂଷଣ ଶ୍ୱାସ, ଚର୍ମ ରୋଗ ଏବଂ ସମ୍ଭାବ୍ୟ କର୍କଟ ରୋଗ ସମେତ ଜନସ୍ୱାସ୍ଥ୍ୟ ବିପଦ ସୃଷ୍ଟି ହୋଇଚାଲିଛି l ଗୌରବ ମୟ ଅନୁଷ୍ଠାନ ସୈନିକ ସ୍କୁଲର ଛାତ୍ର ଛାତ୍ରୀ ବିଭିନ୍ନ ଦୁରାରୋଗ୍ୟରେ ପୀଡିତ ହୋଇ ଦେଶରେ ଓଡିଶା ର ଦୁର୍ନାମ କରୁଛି l ଦୁର୍ଗନ୍ଧ ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଆହୁରି ଖରାପ ପ୍ରଭାବି l ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଏବଂ ସ୍ୱାସ୍ଥ୍ୟ ବିପଦକୁ ଅଣଦେଖା କରି ଉପଯୁକ୍ତ ତଦାରଖ ବିନା CTO ଜାରି କରିଥିଲେ। ଅଳିଆ ଗଦା ହଟାଅ ଅଭିଯାନ, ବି ଏମ ସି ଓ଼ ପଲ୍ୟୁସନ ବୋର୍ଡ ର ମିଳିତ ଅନୁସନ୍ଧାନ 9 ସେପ୍ଟେମ୍ବରରେ ନିଶ୍ଚିତ କରାଯାଇଥିଲା ଯେ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ କୌଣସି ବୈଧ କାଗଜ ପତ୍ର ନାହିଁ, କେବଳ ଡମ୍ପିଂ ଷ୍ଟେସନ ଭାବରେ କାର୍ଯ୍ୟ ପାଇଁ ଅନୁମତି ମାଗିଛି ବିଏମସି l 7 ଦିନ ମଧ୍ୟରେ ସେଠାରୁ ସବୁ ଅଳିଆ ସଫା କରିବାକୁ BMCକୁ ନିର୍ଦ୍ଦେଶ ଦେଇଥିଲା। ପଲ୍ୟୁସନ ବୋର୍ଡ l
କୌଣସି ନିୟମ ଅନୁପାଳନ ନ ହେବା ଜାଣିବା ସତ୍ତ୍ୱେ CTO ଜାରି କରିବା OSPCB ଦ୍ୱାରା ଗୁରୁତର ପ୍ରକ୍ରିୟାଗତ ତ୍ରୁଟି l ଆଜି ସୈନିକ ସ୍କୁଲ ବଞ୍ଚାଅ ଅଳିଆ ଗଦା ହଟାଅ ଅଭିଯାନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ଅମାନବୀୟ ତ୍ରୁଟି ପାଇଁ ଉଭୟ ବି ଏମ ସି ଓ଼ ପ୍ରଦୂଷଣ ବୋର୍ଡ ସମ୍ପୂର୍ଣ ଦାୟୀ l ତେଣୁ ପଲ୍ୟୁସନ ବୋର୍ଡ ତୁରନ୍ତ 7 ଦିନ ମଧ୍ୟରେ BMCକୁ ଦିଆଯାଇଥିବା CTO ପ୍ରତ୍ୟାହାର କରନ୍ତୁ। ନ କଲେ “ସୋମବାର, 22 ସେପ୍ଟେମ୍ବର 2025 ରେ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଆଜି ବୈଠକ ରେ ନିଷ୍ପତି ନିଆଯାଇଛି l ଆବାସିକ ଅଂଚଳ ଏବଂ ସ୍କୁଲ ଅଞ୍ଚଳରେ ସାର୍ବଜନୀନ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରି ଦାୟିତ୍ୱହୀନ ଓ଼ ଲୋକଙ୍କୁ ମରଣ ଯନ୍ତା କୁ ଠେଲୁ ଥିବା ବି ଏମ ସି ଯଦି ତୁରନ୍ତ ସେଠାରୁ ଅଳିଆ ଗଦା ନ ହଟାଏ ତେବେ ଆସନ୍ତା 24 ତାରିଖରୁ ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ ତରଫରୁ ଆମରଣ ଅନଶନ କରିବାକୁ ମଧ୍ୟ ଆଜି ବୈଠକ ରେ ଅଭିଯାନ ନିଷ୍ପତି ନିଆଯାଇଛି l ବୋଲି
ପ୍ରସନ୍ନ ବିଷୋୟୀ କହିଛନ୍ତି
: