
ଭୁବନେଶ୍ବର : ଦୌଡୁଛି ସୁନା ବଜାର। ଘରୋଇ ବଜାରରେ ସୁନା ଏବଂ ରୁପା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି। ଆଜି ସୁନା ବଜାରରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ବୁଧବାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୧୨ ଲକ୍ଷ ଟଙ୍କା ଟପି ନୂଆ ରେକର୍ଡ କରିଛି। ହେଲେ ଏଥିରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ପ୍ରଥମ ଥର ୧ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଛି। ଅପରପକ୍ଷେ ରୁପା ଦର ସୁନା ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇ ଏକ କିଲୋ ପିଛା ୧ ଲକ୍ଷ ୪୦ ହଜାର ଟଙ୍କା ଛୁଇଁଛି।