
ଦଶପଲ୍ଲା:୬ ହଜାର ଲାଞ୍ଚ ନେଇ ନୟାଗଡ଼ ଜିଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତ ଭିଜିଲାନ୍ସ ଜାଲରେ। ନୟାଗଡ଼ ବ୍ଲକ ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀ ଙ୍କ ଠାରୁ ଜିଲା ଶ୍ରମ ଅଧିକାରୀ ନିଜ କାର୍ଯ୍ୟଳୟରେ ଶୁକ୍ରୁବାର ଲାଞ୍ଚ ନେଉଥିଲେ । ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୨୨ ଶ୍ରମ କାର୍ଡ ପାଇଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ତେବେ ୨୨ ସ୍ଥାନରେ ୨୧ କାର୍ଡ କରିଥିଲେ ।୨୧ କାର୍ଡ ପାଇଁ ୬ ହଜାର ୩୦୦ ସ୍ଥାନରେ ୬ହଜାର ନେଉଥିବା ବେଳେ ଭିଜିଲାନ୍ସ ଧରିଥିବା ଜଣାପଡିଛି।