
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ର ବୈଶିଙ୍ଗା ଗ୍ରାମର ସରୋଜ ପୁଥାଳଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୁଅ ପୀୟୂଷ ଓ ନଡ଼ପୁର ଗ୍ରାମର ସରୋଜଙ୍କ ଭିଣୋଇ ବ୍ରଜମୋହନ ବେହେରାଙ୍କ ସପ୍ତମରେ ପଢ଼ୁଥିବା ପୁଅ ରୋହିତ ରବିବାର ଅପରାହ୍ନ ୨ଟା ସମୟରେ ବୈଶିଙ୍ଗା ଆସିବା ପାଇଁ ନଡ଼ପୁର ଛକରୁ (ଓଡି-୧୧ଏଇ-୩୪୧୯) ‘ମୁଖ୍ୟମନ୍ତ୍ରୀ ବସ୍’ରେ ଚଢ଼ିଥିଲେ। ବସ୍ରେ ଉଠିବା ସମୟରେ ଦୁଇଭାଇ ଭଡ଼ା ବାବଦ ୧୦ଟଙ୍କା ନଥିବା କଣ୍ଡକ୍ଟର୍ ଦାୟିତ୍ୱରେ ଥିବା ଦାରିହା ଗ୍ରାମର ପ୍ରତାପ ବଇଠାଙ୍କୁ କହିଥିଲେ। ବୈଶିଙ୍ଗା ବସ୍ଷ୍ଟାଣ୍ଡରେ ତାଙ୍କ ବାପା ସରୋଜ ଜଗିଛନ୍ତି, ସେଠାରେ ଭଡ଼ା ଦେଇଦେବେ। ହେଲେ ବୈଶିଙ୍ଗା ପହଞ୍ଚିବା ବେଳକୁ ସରୋଜ ସେଠାରେ ନଥିଲେ।ଏଥିପାଇଁ କଣ୍ଡକ୍ଟର୍ ଦୁଇଭାଇଙ୍କୁ ବୈଶିଙ୍ଗାରେ ଓହ୍ଲାଇବାକୁ ନଦେଇ ବସ୍ର ଶେଷ ଷ୍ଟପେଜ୍ କଳମା ଅଞ୍ଚଳର କାନ୍ଥି ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର ନେଇଯାଇଥିଲେ। ଏପଟେ କିଛି ସମୟ ପରେ ସରୋଜ ବୈଶିଙ୍ଗାରେ ପହଞ୍ଚି ପିଲାମାନଙ୍କୁ ନପାଇ ଫୋନ୍ କରିବାରୁ ଘଟଣା ସମ୍ପର୍କରେ ଜାଣିଥିଲେ। ୨ ଘଣ୍ଟା ପରେ ବସ୍ଟି ବୈଶିଙ୍ଗା ଫେରିବା ବେଳେ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ। ବୈଶିଙ୍ଗା ବଜାରରେ ସରୋଜ ଓ ସ୍ଥାନୀୟ ଲୋକେ କଣ୍ଡକ୍ଟର୍ଙ୍କୁ ଘେରିଯାଇଥିଲେ। ବସ୍ କଣ୍ଡକ୍ଟର୍ ଉଠ୍ବସ୍ ହେବା ସହ ଭୁଲ୍ ମାଗିବାରୁ ଛାଡ଼ ପାଇଥିଲେ।