
କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ହୀରାକୁଦ ଜଳଭଣ୍ଡାରରେ ୧୨ଟି ସ୍ଲୁଇସ୍ ଗେଟ ଦେଇ ମହାନଦୀରେ ପ୍ରବେଶ କରୁଛି ଜଳ। ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ।ଗତକାଲି ଠାରୁ ବନ୍ୟାଜଳ ବଢିବାରେ ଲାଗିଛି । ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଙ୍କୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି । ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।