
ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ହିଂସା ଓ ଗଣ୍ଡଗୋଳିଆ ସ୍ଥିତି ବଢୁଛି l ଆଗରୁ ବନ୍ଦ ହୋଇ ରହିଥିବା କଲେଜ ନିର୍ବାଚନ ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସୂଚନା ମିଳୁଛି l ହେଲେ ବର୍ତ୍ତମାନର ପରିସ୍ଥିତି ନିର୍ବାଚନ ପରିଚାଳନା ପାଇଁ ଅନୁକୂଳ ନୁହେଁ। ବାଲେଶ୍ୱରର ଏଫଏମ , ବିଜେବି କଲେଜ, ବାଣୀବିହାର ସମେତ କଲେଜଗୁଡ଼ିକରେ ଘଟିଥିବା ହିଂସା ଏବଂ ଆନ୍ଦୋଳନ ଘଟଣା ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ,ଭୟ ଏବଂ ଅନିଶ୍ଚିତତାର ଭାବନା ସୃଷ୍ଟି କରିଛି। ପ୍ରତିଦିନ ଘଟୁଥିବା କ୍ୟାମ୍ପସ ହିଂସା, ଝିଅମାନଙ୍କ ପ୍ରତି ଅତ୍ୟାଚାର ଏବଂ ରାଜନୈତିକ ଦଳଗୁଡ଼ିକର ପ୍ରଭାବିତ ବ୍ୟୟ ସାପେକ୍ଷ କାର୍ଯ୍ୟକ୍ରମ ପ୍ରମୁଖ ଚିନ୍ତାର ବିଷୟ l ଅନେକ ବର୍ଷ ପରେ ନିର୍ବାଚନ ହେବବୋଲି ସରକାରଙ୍କ ପକ୍ଷରୁ ସଂକେତ ମିଳିବା ପରେ କ୍ୟାମ୍ପସ ସରଗରମ ହୋଇଯାଇଛି । ଯାହାକୁ ନେଇ ଛାତ୍ର, ଅଣଛାତ୍ର ଓ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ଗୃହ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅଭିଭାବକ ମହାସଂଘ କ୍ଷୋଭ ପ୍ରକାଶ କରିଛି । ସରକାର ତୁରନ୍ତ ଉଚ୍ଚଶିକ୍ଷା ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ଏସପିଙ୍କୁ ଡାକି ବୈଠକ କରନ୍ତୁ । ରାଜନୀତିକ ଉଦ୍ଦେଶ୍ୟରେ କ୍ୟାମ୍ପସରେ ହିଂସା ସୃଷ୍ଟି କରୁଥିବା କାରକଗୁଡ଼ିକୁ ପ୍ରତିହତ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଉ । ବିଶେଷକରି ଅଣଛାତ୍ରମାନେ ଯେଭଳି କ୍ୟାମ୍ପସରେ ନପଶିବେ ଓ ହିଂସା ନକରିବେ ସେନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଉ ।ଯାହାର ସମାଧାନ କରାଯିବା ଆବଶ୍ୟକ।ରାଜନୈତିକ ଦଳ ତାଙ୍କର ଦଳୀୟ ସ୍ୱାର୍ଥ ହାସଲ ପାଇଁ ଛାତ୍ରମାନଙ୍କୁ ବ୍ୟବହାର କରିବା ଏବଂ ଛାତ୍ର ନେତାଙ୍କ ପରିବର୍ତ୍ତେ “ଛାତ୍ର ବିଦ୍ବେଷ କାରୀ ଓ଼ କ୍ୟାମ୍ପସ ଦଲାଲ”ମାନଙ୍କ କବଜା ରେ ଅଶାନ୍ତି ସୃଷ୍ଟି କରିବାର ବର୍ତ୍ତମାନର ଧାରା ଚିନ୍ତାଜନକ।
ବର୍ତମାନ ପରିସ୍ଥିତି କୁ ଦୃଷ୍ଟିରେ ରଖି ସରକାର କଲେଜ ନିର୍ବାଚନ ପୁନଃ ଆରମ୍ଭ କରିବାର ନିଷ୍ପତ୍ତି ବର୍ତମାନ ପାଇଁ ସ୍ଥଗିତ ରଖିବାକୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଆଜି ଉଚ୍ଚଶିକ୍ଷା ସଚିବଙ୍କୁ ଦାବୀ ଜଣାଇଛନ୍ତି l ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ନିରନ୍ତର ତଥା ଅବାଧ ଶିକ୍ଷା ଗ୍ରହଣ ରେ ଅସୁବିଧା ସୃଷ୍ଟି ନକରି ଏବଂ ପିଲାଙ୍କୁ ବିପଦରେ ନ ପକାଇ କଲେଜ ରେ ସୁସ୍ଥ ବାତାବରଣ ଆସିବା ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ମହାସଂଘ କହିଛି l ଗଣତାନ୍ତ୍ରିକ ଭାବରେ ଛାତ୍ର ନେତୃତ୍ୱ ନିର୍ବାଚିତ ହେଵା ଓ଼ ଛାତ୍ର ଛାତ୍ରୀ ସମ୍ପୃକ୍ତ ହେବା ଏବଂ କଲେଜଗୁଡ଼ିକରେ ଛାତ୍ର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରlଯିବାର ଆବଶ୍ୟକତା ରହିଛି ହେଲେ ଅଶାନ୍ତି ଓ଼ ଗୋଳାମାଳିଆ ସ୍ଥିତିରେ ଏହା ସମାପନ କରିବା ଅନୁଚିତ l ପ୍ରଥମେ କ୍ୟାମ୍ପସ ରେ ସୁସ୍ଥ ବାତାବରଣ ସୃଷ୍ଟି ହେଉ ତା ପରେ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବା ଉଚିତ। ପରିସ୍ଥିତି ଅନୁକୂଳ ହେଲେ ପରେ ନିର୍ବାଚନ ପାଇଁ ଚିନ୍ତା କରାଯିବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l କଲେଜ ସୁରକ୍ଷିତ,ହିଂସାମୁକ୍ତ ରାଜନୈତିକ ପ୍ରଭାବ ମୁକ୍ତ, କରାଯିବl ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ ବୋଲି ମହାସଂଘ କହିଛି l