
ନୂଆଦିଲ୍ଲୀ : ଭାରତରେ ବିଶ୍ବର ସବୁଠୁ ଧନୀ ଗାଁ ରହିଛି। ଗୁଜରାଟ ର କଚ୍ଛ ଜିଲ୍ଲାରେ ଥିବା ଏହି ଗାଁର ନାଁ ମାଧାପାର। ୧୨ଶ ଶତାବ୍ଦୀରେ ପ୍ରତିଷ୍ଠା ହୋଇଥିବା ଏହି ଗାଁ ମିସ୍ତ୍ରୀ ସମୁଦାୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା। ଏମାନେ ଅନେକ ମନ୍ଦିର ଏବଂ ଐତିହାସିକ କୋଠା ନିର୍ମାଣ କରିଥିଲେ। କିନ୍ତୁ ଏବେ ଏହି ମାଧାପାର ଗାଁ ପ୍ରବାସୀ ଭାରତୀୟ ବା ଏନ୍ଆର୍ଆଇଙ୍କ ପାଇଁ ସଫଳତାର ଶିଖର ଛୁଇଁଛି। ବିଶ୍ବର ସବୁଠୁ ଧନୀ ଗାଁର ମାନ୍ୟତା ପାଇଛି। ଏହି ଗାଁରେ ଥିବା ବ୍ୟାଙ୍କ ଶାଖାଗୁଡିକରେ ପ୍ରାୟ ୫ ହଜାର କୋଟି ଟଙ୍କାର ଫିକ୍ସଡ ଡିପୋଜିଟ (ଏଫଡି) ବା ସ୍ଥାୟୀ ଜମା ରହିଛି। ଗାଁରେ ମୋଟ ୯୨ ହଜାର ଲୋକ ରହୁଛନ୍ତି। ଏଠାରେ ପ୍ରାୟ ୭,୬୦୦ ଘର ରହିଛି। କିନ୍ତୁ ଏନ୍ଆରଆଇ ଏହି ଗାଁ ପାଇଁ ଆଶୀର୍ବାଦ ପାଲଟିଛନ୍ତି। ଆଜି ବିଶ୍ବର ଅନେକ ରାଷ୍ଟ୍ରରେ ଏହି ଗାଁର ଲୋକେ ରହିଛନ୍ତି। ପ୍ରାୟ ୬୫ ପ୍ରତିଶତ ଲୋକ ଏନ୍ଆର୍ଆଇ ଥିବା ଜଣାପଡ଼ିଛି
ମୁଖ୍ୟତଃ ଏମାନେ ଆଫ୍ରିକା, ବ୍ରିଟେନ, ଆମେରିକା, କାନାଡ଼ା ଏବଂ ଉପସାଗରୀୟ ଦେଶରେ ରହୁଛନ୍ତି। ଅନେକ ବର୍ଷ ତଳେ ଏହି ଗାଁର ଲୋକେ ଶ୍ରମ, ବ୍ୟବସାୟ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ବିଦେଶ ଯାଇଥିଲେ। ସେଠାରେ କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥିଲେ। ଏହା ସତ୍ତ୍ବେ ନିଜ ଗାଁକୁ କେବେ ଭୁଲି ନ ଥିଲେ। ଏମାନେ ନିଜ ଗାଁକୁ ଟଙ୍କା ପଠାଇବାରେ ଲାଗିଥିଲେ। ଗାଁର ଗୋଷ୍ଠୀ ପ୍ରକଳ୍ପ ପାଇଁ ନିଜର ଯୋଗଦାନ ଦେଇଥିଲେ। ତେଣୁ ଏହି ଗାଁରେ ଧିରେ ଧିରେ ଲକ୍ଷପତି ଏବଂ କୋଟିପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏଠାକାର ପ୍ରତି ଘରେ ଜଣେ ଲେଖାଏଁ କୋଟିପତି କିମ୍ବା ଲକ୍ଷପତି ଅଛନ୍ତି।ଏବେ ମାଧାପାରରେ ୧୭ଟି ବ୍ୟାଙ୍କର ଶାଖା ରହିଛି। ଏହି ସବୁ ବ୍ୟାଙ୍କରେ ପ୍ରାୟ ୫ ହଜାର କୋଟି ଟଙ୍କା ଜମା କରାଯାଇଛି। ଗ୍ରାମର ବିକାଶ ପାଇଁ ମଧ୍ୟ ଏହି ଟଙ୍କା ବ୍ୟବହାର କରାଯାଉଛି। ଏଠାରେ ଭଲ ସଡ଼କ, ସ୍କୁଲ-କଲେଜ, ଡାକ୍ତରଖାନା, ପାର୍କ ଏବଂ ସହରରେ ଥିବା ପ୍ରତ୍ୟେକ ସୁବିଧା ରହିଛି। ଲୋକେ ନିଜ ଅର୍ଥରେ ସବୁ କିଛି କରୁଛନ୍ତି। ସରକାରୀ ପାଣ୍ଠି ଉପରେ ନିର୍ଭର Playlist।*