
ଭୁବନେଶ୍ୱର:ସ୍ବାୟତ୍ତ ଶାସନ ଦିବସରେ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭ଟି ନୂଆ ମ୍ୟୁନିସପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର ନୂଆ ମ୍ୟୁନିସପାଲିଟି ଘୋଷଣା । ସେହିପରି କବିସୂର୍ଯ୍ୟନଗର ଓ ପୋଲସରା ମଧ୍ୟ ନୂଆ ମ୍ୟୁନିସପାଲିଟି ହୋଇଛି । ସେହିପରି ୧୬ ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋଇସିଂହା, ସୋହେଲା, ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁରକୁ ମୁଖ୍ୟମନ୍ତ୍ରୀ ଏନଏସି ଘୋଷଣା କରିଛନ୍ତି