
ଭୁବନେଶ୍ୱର:ନହୋଇପରେ ଛାତ୍ର ସଂସଦ ନିର୍ବାଚନ। ଲିଙ୍ଗଡୋ କମିଶନ ସୁପାରିଶ ଆଧାରରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଶିକ୍ଷା ବର୍ଷ ଆରମ୍ଭର ଦୁଇ ମାସ ଭିତରେ ହେବା ର ନିୟମ ରହିଛି। ଇତି ମଧ୍ୟରେ ସମୟ ଶେଷ ହୋଇଥିବା ଓ ୨୦୧୭ କଲେଜ ନିର୍ବାଚନକୁ ଦେଖିଲେ ନିର୍ବାଚନର ହେବାର ମାସକ ପୂର୍ବରୁ କଲେଜ ନିର୍ବାଚନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିବା କଥା ।କିନ୍ତୁ ଏପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି । ତେଣୁ ଚଳିତ ବର୍ଷ କଲେଜ ଇଲେକ୍ସନ ନେଇ ସୃଷ୍ଟି ହୋଇଛି ଆଶଙ୍କା । ପୁଣି ମଉଳିବ ଛାତ୍ର ସଂସଦ ନିର୍ବାଚନ ଆଶା । ଚଳିତ ବର୍ଷ ସରକାର କଲେଜର ଛାତ୍ର ସଂସଦ ନିର୍ବାଚନ କରିବା ମୁଡରେ ବୋଧହୁଏ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।