
ନୂଆଦିଲ୍ଲୀ:ଦିଲ୍ଲୀରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ତାଙ୍କ ଜୀବନର ୬୦ ବର୍ଷରୁ ଅଧିକ ସମୟ ଭାରତର ତତ୍ରିରଙ୍ଗା ପତାକା ତିଆରି କରୁଛନ୍ତି।
୭୧ ବର୍ଷୀୟ ଅବ୍ଦୁଲ୍ ଗଫ୍ଫର, ଯା’ଙ୍କୁ ଲୋକେ ସ୍ନେହରେ “ଫ୍ଲାଗ୍ ଅଙ୍କଲ୍” ବା “ଫ୍ଲାଗ୍ ମ୍ୟାନ୍ ଅଫ୍ ଇଣ୍ଡିଆ” ବୋଲି ଡାକନ୍ତି ! ପ୍ରତିଦିନ ସେ ୧.୫ ଲକ୍ଷ ଜାତୀୟ ପତାକା ତିଆରି କରନ୍ତି। ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ତାଙ୍କ ହୃଦୟରେ ପିଲାଦିନରୁ ରହିଥିବା ଦେଶ ପ୍ରେମର ନିଦର୍ଶନ।ତାଙ୍କ ଛୋଟ ଦୋକାନ ସମୟ ସହିତ ଦେଶପ୍ରେମର ଏକ ଜୀବନ୍ତ ପ୍ରତୀକ ହୋଇରହିଛି। ଆପାତ କାଳୀନ ହେଉ କଠିନ ଦିନ ହେଉ କିମ୍ବା ଆଜିର ‘ହର ଘର ତିରଙ୍ଗା’ ଅଭିଯାନ, ତାଙ୍କର ଉତ୍ସାହ ଓ ସମର୍ପଣ କେବେ କମ୍ ହୋଇନାହିଁ। ଗଫ୍ଫର ସାହେବଙ୍କ ସୂଚୀ ଓ ସୂତାରେ ତିଆରି ପ୍ରତ୍ୟେକ ତିରଙ୍ଗା କେବଳ କପଡ଼ା ଓ ରଙ୍ଗର ମିଶ୍ରଣ ନୁହେଁ, ବରଂ ଏଥିରେ ଭାରତର ପ୍ରତ୍ୟେକ ନାଗରିକର ଗର୍ବ ଓ ଭାବନା ଜଡ଼ିତ ହୋଇଥାଏ।ଗଫ୍ଫାର ସାହେବ କହନ୍ତି — “ମୁଁ ଏହା ମୋ ଦେଶ ପାଇଁ କରେ।” ତାଙ୍କ ଆଖିରେ ତିରଙ୍ଗା ପାଇଁ ସେଇ ଚମକ ଅଛି, ଯାହା ସେ ପ୍ରଥମେ ସୂଚି-ସୂତା ଧରିବା ସମୟରେ ଅନୁଭବ କରିଥିଲେ। ତାଙ୍କ ପରିଶ୍ରମର ପ୍ରଭାବ ଏତେ ଅଧିକ ଯେ, ସ୍ୱାଧୀନତା ଦିବସ ସମୟରେ ତାଙ୍କ ଦୋକାନରେ ଦିନ-ରାତି କାମ ଚାଲିଥାଏ, ପ୍ରତ୍ୟେକ ସିଲାଇରେ ଏକ ନୂଆ ଆଶା ଓ ଗର୍ବର କାହାଣୀ ବୁଣା ହୋଇଥାଏ।ତାଙ୍କ ତିଆରି ପ୍ରତ୍ୟେକ ପତାକା ସହିତ ଏକ ଅଦୃଶ୍ୟ ସନ୍ଦେଶ ଦେଶର ପ୍ରତ୍ୟେକ କୋଣକୁ ଯାଏ ଯେ ପ୍ରକୃତ ଦେଶପ୍ରେମ କେବଳ ବଡ଼ ମଞ୍ଚ ଓ ନାରାଦ୍ୱାରା ନୁହେଁ, ବରଂ ନୀରବ ଓ ହୃଦୟରୁ କରାଯାଇଥିବା କାମରେ ପ୍ରକାଶିତ ହୁଏ।