
ଭୁବନେଶ୍ୱର:ସାବାଡ଼ ହେବେ ଦାଗୀ ନେତା।ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ରାଜନେତାଙ୍କ ବିରୋଧରେ କେନ୍ଦ୍ର ସରାକର ଆଣିବାକୁ ଯାଉଛନ୍ତି ନୂଆ ବିଲ । ଏହି ବିଲ୍ରେ ରହିଥିବା ପ୍ରାବଧାନ ଅନୁସାରେ- ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅଥବା କୌଣସି ବି ରାଜନେତା ଯଦି ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ ।
ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ୍ ଦଣ୍ଡ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ ଷ୍ଟାଲିନ୍ ୨ ମାସ ଜେଲ୍ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ । ମାତ୍ର ଏବେ ସେସବୁ ଘଟଣାର ପୁନରାବୃତ୍ତି ହେବନି ।