
ଭୁବନେଶ୍ୱର:ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ପରି ୮ ଜିଲାରେ ୮,୨୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ସ୍ବଚ୍ଛ ଶକ୍ତି, ସ୍ବଚ୍ଛ ନାଇଟ୍ରୋଜେନ, ପର୍ଯ୍ୟଟନ କ୍ଷେତ୍ରରେ ପ୍ରକଳ୍ପ
ଫାର୍ମାସ୍ୟୁଟିକାଲ, ଆଇଟି ଭିତ୍ତିଭୂମି କ୍ଷେତ୍ରରେ ହେବ ଶିଳ୍ପ ।