
କଳିଯୁଗର କୁମ୍ଭକର୍ଣ୍ଣ ୩୬୫ ଦିନରୁ ୩୦୦ ଦିନ ଶୁଅନ୍ତି
ରାଜସ୍ଥାନ:କଳିଯୁଗର କୁମ୍ଭକର୍ଣ୍ଣ । ବର୍ଷକରେ ୩୬୫ ଦିନରୁ ୩୦୦ ଦିନ ଶୁଅନ୍ତି । ଏଭଳିଆ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜସ୍ଥାନ ନାଗୌର ଜିଲ୍ଲା ଭାଦୱା ଗାଁରେ ଏଭଳିଆ ଜଣେ ଲୋକ ଅଛନ୍ତି। ନାଁ ହେଲା ପୁଖରାମ । ବୟସ ୪୨ । ବର୍ଷରେ ୩୦୦ରୁ ଅଧିକ ଦିନ ଶୋଇରହୁଥିବାରୁ ତାଙ୍କୁ ଆଖପାଖ ଲୋକେ କୁମ୍ଭକର୍ଣ୍ଣ ବୋଲି କୁହନ୍ତି । ରାମାୟଣର କୁମ୍ଭକର୍ଣ୍ଣ ଚରିତ୍ର ପରି କଳି ଯୁଗରେ ଚରିତ୍ର ନୁହଁନ୍ତି। ସେ ପୁରା ବ୍ୟତିକ୍ରମ। ତାଙ୍କର ଏ ଶୋଇବା ସଉକ ନୁହେଁ କି ଅଭ୍ୟାସ ନୁହେଁ । ବରଂ ଏକ ରୋଗ । ପୁଖରାମଙ୍କର ରହିଛି ଏକ୍ସିସ୍ ହାଇପରସୋମନିଆ । ଏଭଳି ରୋଗ ବିରଳ । ଖୁବ୍ କମ୍ ଲୋକଙ୍କଠାରେ ଏଭଳି ରୋଗ ଦେଖାଯାଏ । ଏଭଳି ରୋଗ ହେଲେ ବ୍ୟକ୍ତି ଆଖି ବୁଜୁବୁଜୁ ନିଦ ମାଡ଼ିବସେ । ଆଉ ଥରେ ନିଦରେ ଶୋଇଲେ କେତେ ଦିନ ଶୋଇବେ କିଛି କହି ହୁଏନି । ପୁଖରାମଙ୍କ କହିବା କଥା, ସେ ଚେଇଁ ରହିବାକୁ ଚାହାନ୍ତି । କିନ୍ତୁ ଶରୀର ସହଯୋଗ କରୁନି। ଅନେକ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ କରିସାରିଲେଣି । କିନ୍ତୁ କିଛି ଲାଭ ହେଉନି । ତାଙ୍କଠାରେ ଏଭଳି ସମସ୍ୟା ୨୩ ବର୍ଷ ତଳୁ ଦେଖାଗଲାଣି । ପ୍ରଥମେ ପ୍ରଥମେ ସେ ଲଗାତାର ୫ରୁ ୭ ଦିନ ଶୋଉଥିଲେ । ପରେ ୨୫ ଦିନ ସୋଇଲେ। କିନ୍ତୁ ସମୟ କ୍ରମେ ତାଙ୍କର ଶୋଇବା ସମସ୍ୟା ବଢ଼ିବାରେ ଲାଗିଲା । ଏବେ ଉଜାଗର ରହିବା ତାଙ୍କ ପାଇଁ ମୁସକିଲ । ବର୍ଷକରେ ୩୦୦ ଦିନ ଶୋଉଚନ୍ତି। ଏବେ ସେ ଶୋଇଲେ ତାଙ୍କୁ ନିଦରୁ ଉଠାଇବା କାଠିକର ପାଠ୍ ହେଉଛି। ନିଦରେ ତାଙ୍କୁ ଘର ଲୋକ ଖୁଆଇ ଦିଅନ୍ତି । ବାଥରୁମ ଯିବାକୁ ହେଲେ ନିଦରେ ହିଁ ସେ ବିଚଳିତ ହୋଇପଡ଼ନ୍ତି ।ବାଧ୍ୟ ହୋଇ ଘର ଲୋକ ତାଙ୍କୁ ନେଇ ବାଥରୁମ ନେଇ ଯାଇଥାନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ପୁଖରାମଙ୍କୁ ଏଭଳି ସମସ୍ୟା ହୋଇଛି ଯାହା ଲକ୍ଷେରେ ଜଣଙ୍କଠାରେ ଦେଖାଯାଏ ।ଏହା ଅତି ବିରଳ ରୋଗ । ଏହା ମୁଖ୍ୟତଃ ଏକ ମନୋବୈଜ୍ଞାନିକ ରୋଗ ଅଟେ । ଏହାବ୍ୟତୀତ ଅତୀତରେ କିଛି ବ୍ରେନ୍ ଇଂଜୁରି ହୋଇଥିଲେ ପରବର୍ତ୍ତୀ ସମୟରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ଥାଏ । ଏହାର ସଠିକ୍ କାରଣ ଜଣାପଡ଼ିବା ପରେ ଏହାର ଚିକିତ୍ସା ସମ୍ଭବ ହେଲେ ବି ବ୍ୟୟବହୁଳ । ପୁଖରାମ ଓ ତାଙ୍କ ପୂରା ପରିବାର ଏଭଳି ନିଦକୁ ନେଇ ଭାରି ଚିନ୍ତାରେ ।କିନ୍ତୁ ପୁରଖାରାମଙ୍କ ନିଦ ତାଙ୍କୁ ଆଖପାଖ ଅଞ୍ଚଳରେ ଚର୍ଚ୍ଚାରେ ରଖିଛି।