
କନ୍ଧମାଳ:ବିନା ଲାଇସେନ୍ସ ରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଚାଲାଣ । ଜବତ କରିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ। ବେଆଇନ ବିସ୍ଫୋରକ ସାମଗ୍ରୀ ସହିତ ଗୋଟିଏ ପିକ୍ଅପ ଭ୍ୟାନ, ଗୋଟିଏ ଦାମୀ କାର , ୬ ଟି ମୋବାଇଲ, ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ସହ ୧ ଲକ୍ଷ ଟଙ୍କାର ଅନଲାଇନ ପେମେଣ୍ଟ ଜବତ ହୋଇଛି। ଘଟଣା ରେ ସମ୍ପୃକ୍ତ ଥିବା ଦୁଇ ଜଣ ମାଷ୍ଟର ମାଇଣ୍ଡ ସହ ସମୁଦାୟ ତିନି ଜଣ ଙ୍କୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ ।