
ନୂଆଦିଲୀ:ସେଣ୍ଟରାଲ ଦିଲ୍ଲୀର ହୌଜ କାଜୀ ଅଞ୍ଚଳରେ ଜଣେ ୩୯ ବର୍ଷୀୟ ଯୁବକ ନିଜ ମା’ଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ମହିଳା ତାଙ୍କ ସ୍ୱାମୀ ଓ ଝିଅଙ୍କ ସହ ଗତ ଜୁଲାଇ ୨୫ ତାରିଖରେ ତୀର୍ଥଯାତ୍ରା ପାଇଁ ସାଉଦି ଆରବ ଯାଇଥିଲେ। ଅଭିଯୁକ୍ତ ପୁଅ ତାଙ୍କ ବାପାଙ୍କ ଫୋନରେ କଲ କରି ମା’ଙ୍କ ବିରୁଦ୍ଧରେ ‘ଖରାପ ଚରିତ୍ର’ର ଅଭିଯୋଗ ଲଗାଇ ତାଙ୍କୁ ତୁରନ୍ତ ଦିଲ୍ଲୀ ଫେରିଆସିବାକୁ କହିଥିଲେ। ଏହା ସହ ସେ ତାଙ୍କ ମା’ଙ୍କୁ ଛାଡ଼ପତ୍ର ଦେବାକୁ ବାପାଙ୍କ ନିକଟରେ ଦାବି କରିଥିଲେ। ଗତ ଅଗଷ୍ଟ ୧ ତାରିଖରେ ପରିବାର ଲୋକ ତୀର୍ଥଯାତ୍ରା ସାରି ଘରକୁ ଫେରିବା ପରେ, ଅଭିଯୁକ୍ତ ତାଙ୍କ ମା’ଙ୍କୁ ଆକ୍ରମଣ କରିଥିଲା ଏବଂ ପରଦିନ ପୁନର୍ବାର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ନିଜ ସୁରକ୍ଷା ପାଇଁ ଭୟଭୀତ ହୋଇ ମହିଳା କିଛି ଦିନ ପାଇଁ ତାଙ୍କ ବଡ଼ ଝିଅର ଶାଶୁଘରକୁ ଚାଲିଯାଇ ସେଠାରେ ରହିଥିଲେ। କିଛି ଦିନ ପରେ ଅର୍ଥାତ ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୯:୩୦ରେ ଉକ୍ତ ମହିଳା ଜଣଙ୍କ ଘରକୁ ଫେରିଥିଲେ। ମା ଘରକୁ ଫେରିବା ପରେ ଅଭିଯୁକ୍ତ ତାଙ୍କ ମା’ଙ୍କ ସହ ଏକାନ୍ତରେ କଥା ହେବାକୁ ଜିଦ କରିଥିଲା। ସେ ତାଙ୍କୁ ଏକ କୋଠରୀରେ ତାଲା ଦେଇ, ଚାକୁ ଓ କଇଁଚି ଦେଖାଇ ଧମକ ଚମକ ଦେଇ ବଳତ୍କାର କରିଥିଲା। ଭୟ ଓ ଲଜ୍ଜାରେ ମହିଳା ତୁରନ୍ତ ଏହି ଘଟଣା ପ୍ରକାଶ କରି ନଥିଲେ ଏବଂ ନିଜ ଝିଅଙ୍କ ସହ ଗୋଟିଏ କୋଠରୀରେ ଶୋଇବା ଆରମ୍ଭ କରିଥିଲେ।
ଗତ ଅଗଷ୍ଟ ୧୪ ତାରିଖ ଭୋର ପ୍ରାୟ ୩ଟା ୩୦ ସମୟରେ ଅଭିଯୁକ୍ତ ଜଣଙ୍କ ପୁନର୍ବାର ଏହି ଅପରାଧ କରିଥିଲା। ଯାହା ପରେ ମହିଳା ସାହସ ସଞ୍ଚୟ କରି ପୋଲିସରେ ଅଭିଯୋଗ ଦାୟର କରିଥିଲେ। ପୋଲିସ ଭାରତୀୟ ନ୍ୟାୟ ସଂହିତା ର ସମ୍ବନ୍ଧିତ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ସଂପର୍କ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।