
ଦଶପଲ୍ଲା:ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସରରେ ସଂକଳ୍ପ ସାହିତ୍ୟ ସେବା ଅନୁଷ୍ଠାନ ଦଶପଲ୍ଲା ପକ୍ଷରୁ ସ୍ଥାନୀୟ ରାଧାମୋହନ ଜୀଉ ହାଇସ୍କୁଲ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ସଭାପତି ଶିକ୍ଷାବିତ ପ୍ରଶନ୍ନ କୁମାର ଶତପଥି ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଅବସର ପ୍ରାପ୍ତ ଚିକିତ୍ସିକ ରବିନ୍ଦ୍ର ନାଥ ମିଶ୍ର ଏବଂ ଅନୁଷ୍ଠାନ ର ଉପସଭାପତି ତଥା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ଵେହେରା ମଂଚାସୀନ ଥିଲେ। ଆୟୋଜିତ କବିତା ଆସର ରେ ବରିଷ୍ଠ କବି ମୁରଲିଧର ମହାରଣା, ବିରଂଚି ନାରାୟଣ କର, କିଶୋର ଚନ୍ଦ୍ର ଦଳଵେହେରା, ଗଙ୍ଗାଧର ପ୍ରଧାନ, ମହେଶ୍ୱର ବେହେରା, ପ୍ରଫୁଲ୍ଲ ମିଶ୍ର,ବରୁଣ କୁମାର ସାହୁ, ବନମାଳୀ ପରିଡ଼ା, ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୋପିନାଥ ସାହୁ, ରବିନ୍ଦ୍ର ମିଶ୍ର, ପ୍ରାଣବନ୍ଧୁ ବେହେରା ସୁରେଶ ମହାପାତ୍ର, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ପ୍ରମୁଖ କବିତା ପାଠ କରିଥିଲେ । ବିଶେଷ କରି ଦେଶ ସ୍ବାଧିନତା ଉପରେ କବି କବିତା ପାଠ ହୋଇଥିଲା। ପରିଶେଷରେ ଅନୁଷ୍ଠାନ ର ସଂପାଦକ ପ୍ରକାଶ କୁମାର ପାଣି ଧନ୍ୟବାଦ ଦେଇଥିଲେ।