
ଭୁବନେଶ୍ବର: ରାଜ୍ୟର ୭ ଜିଲ୍ଲାରେ ୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ଶନିବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଗୁଳର ଜିଲ୍ଲାର ପାଲଲହଡା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ବରର ସିମୁଳିଆ ଓ ବସ୍ତା , ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡା, ରାୟଗଡା ଜିଲ୍ଲାର ବିଷମ କଟକ, ସମ୍ବଲପୁରର ବାମରା ଓ ରେଙ୍ଗାଳୀ, ଭଦ୍ରକର ତିହିଡି ଓ ଧୁଷୁରିକୁ ଏନଏସି ଘୋଷଣା ପାଇଁ ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି